Home ଓଡ଼ିଶା ସୁରକ୍ଷାକର୍ମୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ହମଲା, ଜାରି ହେଲା ଆଲର୍ଟ

ସୁରକ୍ଷାକର୍ମୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ହମଲା, ଜାରି ହେଲା ଆଲର୍ଟ

1017

ନୂଆଦିଲ୍ଲୀ,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆଲର୍ଟ ଜାରି କରାଯାଇଛି । ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ହମ୍‌ଲା କରିବାକୁ ଯୋଜନା କରୁଛି । ବିଶେଷ କରି ଜମ୍ମୁ କାଶ୍ମୀର ଓ ପଞ୍ଜାବରେ ଥିବା ସୁରକ୍ଷାକର୍ମୀଙ୍କୁ ଜୈଶ ଟାର୍ଗେଟ କରିଛି ବୋଲି ସୁଚନା ମିଳିଛି । ଗୁଇନ୍ଦା ବିଭାଗ ଏଭଳି ସୂଚନା ଦେବା ପରେ ଉଭୟ ଜମ୍ମୁ କାଶ୍ମୀର ଓ ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହାଲଆଲର୍ଟ ଜାରି କରାଯାଇଛି । ପଞ୍ଜାବର ଅମୃତସର ଓ ପଠାନକୋଟ୍‌, ଜମ୍ମୁ କାଶ୍ମୀରର ଶ୍ରୀନଗର ଏୟାର ପୋର୍ଟ ଏବଂ ବାୟୁସେନା ବେସ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.