Home ଓଡ଼ିଶା ଗୁଣିଆ ଭାବି ୬ଜଣଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଗୁଣିଆ ଭାବି ୬ଜଣଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

249

ଗଞ୍ଜାମ,୦୨/୧୦:

ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଗୋପପୁର ଗାଁର ହରିଜନ ସାହିରେ ଗୁଣିଆ ସନ୍ଦେହରେ ୬ ଜଣଙ୍କୁ ଆକ୍ରମଣ କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ୩୫ ଜଣ ମହିଳା ଓ ପୁରୁଷଙ୍କୁ ଖଲିକୋଟ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କେଉଁଆଡୁ ଗୁଣିଆ ଡାକି ଗାଁରେ ଖଟ ବିଦ୍ୟା ମଧ୍ୟ କରାଯାଇଥିଲା । ଏହାକୁ ପୋଲିସ ପ୍ରଥମେ ରୋକିଥିଲା । ପୁଣିଥରେ ଗୁଣିଆ ସନ୍ଦେହରେ ଗାଁର 6 ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି । ଏହାସହ ସେମାନଙ୍କୁ ବିଭିନ୍ନ ରକମର ବିଷ୍ଠା ମଧ୍ୟ ଖୁଆଯାଇଛି । ଏପରିକି ମାଡ଼ ମାରି ସେମାନଙ୍କ ଦାନ୍ତକୁ ମଧ୍ୟ ଗ୍ରାମବାସୀ ଭାଙ୍ଗିଦେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଏସପିଙ୍କ ସହ ପ୍ରାୟ ଏକ ପ୍ଲାଟୁନରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ପହଞ୍ଚି ଗାଁର 35 ଜଣ ମହିଳା ଏବଂ ପୁରୁଷଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି । ଅନ୍ୟପଟେ ଗୁରୁତର ଆହତ ହୋଇଥିବା 6 ଜଣକୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.