Home ଓଡ଼ିଶା ଚୋରି କରିବା ସମୟରେ ଧରାପଡ଼ି ଖାଇଲେ ଛେଚା

ଚୋରି କରିବା ସମୟରେ ଧରାପଡ଼ି ଖାଇଲେ ଛେଚା

658

କଟକ,୦୨/୧୦,(ଓଡ଼ିଆ ପୁଅ ପି ନାଏକ): କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହରିଆନ୍ତା ପଞ୍ଚାୟତ ବ୍ରାହ୍ମଣଭୋଗ ଗ୍ରାମରେ ବିଳମ୍ବିତ ରାତ୍ରିରେ ଚୋରି କରିବା ଆସି ଗ୍ରାମବାସୀଙ୍କ ହାତରେ ଧରାପଡିଲେ ଦୁର୍ବୃତ୍ତ ।ଗ୍ରାମବାସୀ ଦୁର୍ବୃତ୍ତକୁ ନିର୍ଧୁମ ଛେଚି ପୋଲିସର ଜିମା ଦେଇଛନ୍ତି । ତେବେ ଦୁର୍ବୃତ୍ତର ପ୍ରକୃତ ପରିଚୟ ମିଳିନାହିଁ ।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ୩ ଜଣ ଲୁଟେରା ଗୋଟିଏ ବାଇକରେ ଆସି ବାଇକଟି ଏକ ଅନ୍ଧରୁଆ ଜାଗାରେ ରଖି ଚୋରି କରିବା ପାଇଁ ଯୋଜନା କରୁଥିଲେ । ସେହି ସମୟରେ ସେହି ଗ୍ରାମର ଜଣେ ଯୁବକ ଦେଖି ପଚାରିବାରୁ ଦୁର୍ବୃତ୍ତମାନେ ଉକ୍ତ ଯୁବକକୁ ଦାଆ, ହାମର ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣକ ଜୋରରେ ପାଟି କରିବାରୁ ଗ୍ରାମବାସୀମାନେ ଆସି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଦୁର୍ବୃତ୍ତମାନେ ମଟର ସାଇକେଲ ଛାଡି ଫେରାର ହେଉଯାଉଥିବାବେଳେ ଗ୍ରାମବାସୀ ଜଣକୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ । ଧରାପଡିଥିବା ଦୁର୍ବୃତ୍ତକୁ ଏକ ଗଛରେ ବାନ୍ଧି ଗ୍ରାମବାସୀ ନିର୍ଧୁମ ଛେଚିଥିଲେ ଗ୍ରାମବାସୀ । ଖବରପାଇ ଘଟଣାସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ଦୁର୍ବୃତ୍ତକୁ ଥାନାକୁ ନେଇ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.