Home ଓଡ଼ିଶା ସୁଇମିଂ ପୁଲ ତଳେ ସୁନା

ସୁଇମିଂ ପୁଲ ତଳେ ସୁନା

1131

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):୩୦ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ତଥା ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ମସୁଂର ଖାନଙ୍କ ଘରୁ ମିଳିଛି ୩ କୁଇଣ୍ଟାଲର ନକଲି ସୁନା। ମସୁଂର ଏହି ନକଲି ସୁନାକୁ ଘର ପରିସରସ୍ଥ ସୁଇମିଂ ପୁଲ୍‌ ଭିତରେ ହିଁ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଆଇଟି ଟିମ୍‌ ସେଠାରେ ପହଞ୍ଚିଥିଲା। ତନାଘନା ପରେ ସୁଇମିଂ ପୁଲରୁ ୫,୮୮୦ଟି ନକଲି ସୁନା ବିସ୍କୁଟ ଜବତ କରିଛି, ଯାହାର ଓଜନ ପାଖାପାଖି ୩ କୁଇଣ୍ଟାଲ ହେବ।

ଏହା ଦେଖି ତଦନ୍ତକାରୀ ଅଧିକାରୀମାନେ ଚକିତ ହୋଇପଡ଼ିଥିଲେ। ଏତେ ପରିମାଣର ନକଲି ସୁନା ବିସ୍କୁଟ କେଉଁଠୁ ଆସିଲା ଏବଂ ଏହା କେଉଁଥିରେ ବ୍ୟବହାର କରାଯାଉଥିଲା, ସେ ନେଇ ଏସ୍‌ଆଇଟି ଟିମ୍‌ ତଦନ୍ତ ଜାରି ରଖିଛି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.