Home ଓଡ଼ିଶା ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା

ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା

823

ଭୁବନେଶ୍ଵର,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ରେ ପୁଣି ଏକ ବଡ଼ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ ଆସୁଥିବା ସର୍ତ୍ତ ୨୦୨୦ରୁ ସିବିଏସଇ୧୦ମ ବୋର୍ଡରେ ଗଣିତ ପରୀକ୍ଷା ହେବ। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେଉଁମାନେ ୧୦ମ ଶ୍ରେଣୀରେ ବେସିକ ଗଣିତ ବିଷୟ ଚୟନ କରିବେ ସେମାନେ ଏକାଦଶ ଶ୍ରେଣୀରେ ଗଣିତ ବିଷୟ ଚୟନ କରିପାରିବେ ନାହିଁ। ଯଦି କୌଣସି ଛାତ୍ର-ଛାତ୍ରୀ ପୁଣି ଥରେ ଏହି ବିଷୟ ନେବା ପାଇଁ ଚାହିଁବେ ତେବେ ସେମାନଙ୍କୁ ୧୦ମ ଶ୍ରେଣୀରେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ପଡ଼ିବ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଛାତ୍ର-ଛାତ୍ରୀମାନଙ୍କୁ ୧୦ମ ବୋର୍ଡର ବେସିକ ଗଣିତରେ ଉତିନ୍ନ ହେବାକୁ ପଡ଼ିବ।

ସୂଚନା ଅନୁଯାୟୀ ସିବିଏସି ବୋର୍ଡ ୧୦ମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବା ସମୟରେ ଗଣିତ ବିଷୟ ବାଛିବା ପାଇଁ ମଧ୍ୟ କହିଥିଲେ। ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡା. ସଂୟମ ଭରଦ୍ବାଜଙ୍କ କହିବା ଅନୁଯାୟୀ ବେସିକ ଗଣିତ ପଢୁଥିବା ଛାତ୍ର-ଛାତ୍ରୀ ଏକାଦଶ ଶ୍ରେଣୀରେ ଗଣିତ ବିଷୟ ପଢିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.