Home କୋରାପୁଟ ସିଏମଏସବି ଆନୁକୁଲ୍ୟରେ -କୋରାପୁଟଠାରେ ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ ପାଳିତ

ସିଏମଏସବି ଆନୁକୁଲ୍ୟରେ -କୋରାପୁଟଠାରେ ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ ପାଳିତ

979

କୋରାପୁଟ ; ତା୦୩-୦୫-୧୯(ଓଡିଆପୁଅ /ରଂଜନ କୁମାର ଦାସ)ସିଏମଏସବି ଆନୁକୁଲ୍ୟରେ କୋରାପୁଟସ୍ଥିତ ଡିପିଏମୟୁ ସଭାଗୃହଠାରେ ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ସେମିଲିଗୁଡା କଲେଜ ଅଧ୍ୟାପିକା ଡ . ଝାନ୍ସି ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ସିଏମଏସବ ିକୋରାପୁଟ ଶାଖା ମୁଖ୍ୟ ନିଶାପତି ନାୟକ ପ୍ରାରମ୍ଭରେ ଦିବସ ସଂପର୍କରେ ଆଲୋକପାତ କରିଥିଲେ ।ଗଣମାଧ୍ୟମରେ ଗଣତନ୍ତ୍ର ଏବଂ ସାମ୍ବାଦିକ ଓ ନିର୍ବାଚନ ସମୟରେ ବିଭ୍ରାନ୍ତିକର ସମ୍ବାଦ ପରିବେଷଣ ଶିର୍ଷକ ବିଷୟବସ୍ତୁ ଉପରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା , କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଧାନ ଟୁଲିଆମା ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ଶରତ ଚନ୍ଦ୍ର ପାଳିତ ,ସାମ୍ବାଦିକ ସିଏଚ.ସାନ୍ତାକାର , ସୂର୍ଯ୍ୟ ନାରାୟଣ ପଣ୍ଡା ,କୋରାପୁଟ ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଆଲୋକପାତ କରିଥିଲେ ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଡି .ଶଙ୍କର ରାଓ , ସିଏଚ.ସାନ୍ତାକାର ଓ ବରିଷ୍ଠ କ୍ୟାମେରାମେନ ଶଶାଙ୍କ ମୋହନ ଗୁରୁଙ୍କୁ ସମ୍ମାନ୍ନିତ କରାଯାଇଥିଲା ।ପଟ୍ଟାଙ୍ଗୀ ମେଡିଆ ସେଟଂରକୁ ମଧ୍ୟ ସମ୍ମାନ୍ନିତ କରାଯାଇଥିଲା ।ସାମ୍ବାଦିକ ଦିଲ୍ଲିପ ମହାନ୍ତି , ସନ୍ତୋଷ ପଳେଇ , ପ୍ରଭାତ ଚୈାଧୁରୀ , ରୂପକ ଖରା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.