Home ଓଡ଼ିଶା ସିଂହାସନ ଅପେକ୍ଷାରେ : ସୁନ୍ଦରଗଡ଼ ଏମପି ଜୁଏଲ, ରାଉରକେଲା ଏମଏଲଏ ସାରଦା!

ସିଂହାସନ ଅପେକ୍ଷାରେ : ସୁନ୍ଦରଗଡ଼ ଏମପି ଜୁଏଲ, ରାଉରକେଲା ଏମଏଲଏ ସାରଦା!

996

ରାଉରକେଲା ୨୨-୫ : (ଓଡ଼ିଆ ପୁଅ/ସୁବୋଧ ନାୟକ) ଆସନ୍ତାକାଲି ମେ’୨୩ ତାରିଖ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ କର୍ମୀଙ୍କ ପାଇଁ ଏକ ଚିରସ୍ମରଣୀୟ ଦିନ ହୋଇ ରହିବ। ନିଜ ରାଜନୈତିକ କ୍ୟାରିୟରର ଅସଲ ଭାଗ୍ୟ ପରୀକ୍ଷା ହେବ। ଇଭିଏମ ଓ ଭିଭିପାଟ ଆକଳନ କରିବ ପ୍ରାର୍ଥୀଙ୍କ ଭାଗ୍ୟ। ଜନତା ଜନାର୍ଦ୍ଦନ କାହା ମୁଣ୍ଡରେ ସୁନାକଳସ ଢାଳିବେ ତାହା ଆସନ୍ତାକକାଲି ରାତି ସୁଦ୍ଧା ପ୍ରାୟତଃ ସ୍ପଷ୍ଟ ହେବ। ଅପରପକ୍ଷରେ ଏକଜିଟ ପୋଲ(ଜନମତ ସର୍ଭେ)ର ପୂର୍ବାମାନୁମାନ କହୁଛି, ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ସାଂସଦ(ଏମପି) ଓ ରାଉରକେଲା ବିଧାନସଭା ଆସନରେ ବିଜେଡ଼ି ଦଳର ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ସିଂହାସନ ଆରୋହଣ କରିବେ! ଅପରପକ୍ଷରେ ରଘୁନାଥପାଲ୍ଲୀ ବିଧାନସଭା ଆସନ ଚିତ୍ର ଏବେ ମଧ୍ୟ ଅସ୍ପଷ୍ଟ ରହିଥିବା ଚର୍ଚ୍ଚା ଏଠି, ସେଠି, ସବୁଠି। ଏହି ବିଧାନସଭାରେ ବିଜେଡ଼ି ପ୍ରାର୍ଥୀ ସୁବ୍ରତ ତରାଇ ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସେଠୀଙ୍କ ମଧ୍ୟରେ କଡ଼ାମୁକାବିଲା ହେଉଥିବାରୁ କିଏ ବାଜିମାତ କରିବ, ଅବା କିଏ ମାଟି କାମୁଡ଼ିବ ତାହା ଫଳାଫଳ ପ୍ରକାଶ ପାଇବା ପରେ ହିଁ ପଦାକୁ ଆସିବ। ଚଳିତ ସାଧାରଣ ନିର୍ବାଚନ-୨୦୧୯ ସୁନ୍ଦରଗଡ଼ ଜିଲା ପାଇଁ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ନବୀନଙ୍କ ଯାଦୁ ଓ କେନ୍ଦ୍ରରେ ସରକାରରେ ଥିବା ମୋଦି ମନ୍ତ୍ର ଏହି ଜିଲାକୁ ବହୁଳ ଭାବେ ପ୍ରଭାବିତ କରିଥିଲା। ଏକଜିଟ ପୋଲ କହୁଛି ସୁନ୍ଦରଗଡ଼ର ୭ଟି ବିଧାନସଭା ମଣ୍ଡଳୀ ମଧ୍ୟରୁ ରାଉରକେଲା, ରାଜଗାଙ୍ଗପୁର, ରଘୁନାଥପାଲୀ, ସୁନ୍ଦରଗଡ଼ ସଦରରେ ବିଜେଡ଼ି ନିଶ୍ଚୟ ଶଖଂ ଫୁଙ୍କିବ! ସେହିପରି ତଲସରା ଓ ବଣାଇଁ ବିଧାନସଭା ମଣ୍ଡଳୀରେ କଂଗ୍ରେସ ରାଜୁତି କରିବା ସମ୍ଭାବନା ପ୍ରକାଶ ପାଉଥିବା ବେଳେ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଖଲ କରିପାରେ। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ମହଲର ବିଶାରଦ ମାନେ ଆକଳନ କରିଛନ୍ତି। ରାଜ୍ୟରେ ପୁଣିଥରେ ନବୀନ ସରକାର ଓ କେନ୍ଦ୍ରରେ ମୋଦି ସରକାର ଗଢିବେ ବୋଲି ଏକଜିଟ ପୋଲରେ ଭବିଷ୍ୟବାଣୀ ହୋଇଛି। ଉଭୟ ନେତା ଓ କର୍ମୀଙ୍କ ହୃଦସ୍ପନ୍ଦନ ଧିରେ ଧିରେ ବଢିବାରେ ଲାଗିଛି। ଏପଟେ ରାଉରକେଲାର ଛକ ଠାରୁ ଆରମ୍ଭ କରି ହାଟ ବଜାର ପର୍ୟ୍ୟନ୍ତ ସବୁଠି ଏକଜିଟ୍ ପୋଲ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପ୍ରକାଶ ଥାଉକି, ନିର୍ବଚନୀ ପ୍ରଚାର ସମୟରେ ରାଉରକେଲା ଅଂଚଳ ହୋଇଉଠିଥିଲା ଚଳଚଂଚଳ। ଖରାର ତାତି ଠାରୁ ବଳି ଯାଇଥିଲା ନିର୍ବାଚନୀ ତାତି। ବିଜେଡ଼ି ପକ୍ଷରୁ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ବଲିଉଡ଼ ଷ୍ଟାରଙ୍କ ସହ ସାରନଗରୀରେ ରୋଡ଼ ସୋ’ କରି ଉଭୟ ବିଜେଡ଼ି କର୍ମୀ ଓ ନେତାଙ୍କୁ ପରୋକ୍ଷରେ ସଂଜିବନୀ ପ୍ରଦାନ କରିଥିଲେ। ବିଜେପି ପକ୍ଷରୁ ସୁନ୍ଦରଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଉରକେଲାରେ ଯୋଗୀ ଆଦିତ୍ୟନାଥ ମାରାଥନ ନିର୍ବାଚନ ପ୍ରଚାର ଚଳାଇଥିଲେ। ମାତ୍ର କଂଗ୍ରେସ ପକ୍ଷରୁ କୌଣସି ହେଲେ ହେଭିୱେଟ ନେତାଙ୍କ ପାଦ ରାଉରକେଲା ମାଟି ସ୍ପର୍ଶ କରି ପାରିନଥିଲା, ଯାହାକି ରାଉରକେଲା କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତି, ରଘୁନାଥପାଲୀ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ସମେତ କଂଗ୍ରେସ କର୍ମୀ ମାନଙ୍କୁ ବହୁ ମାତ୍ରାରେ ନିରାଶ କରିଥିଲା ଅପରପକ୍ଷରେ ସମସ୍ତ ରାଜନୈତିକ ଦଳର କର୍ମୀ ମାନେ ଏବେ ମଧ୍ୟ ନିଜ ନିଜ ଦଳର ନେତା ଗଡ଼ଜୟ କରି ସିଂହାସନ ଆରୋହଣ କରିବେ ବୋଲି ଆଶାବାନ୍ଧି ରହିଛନ୍ତି। ଏବେ ଖାଲି ଅପେକ୍ଷା ନିର୍ବଚନୀର ଅସଲ ଫଳକୁ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.