Home କଳାହାଣ୍ଡି ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ କଳାହାଣ୍ଡି କାର୍ଯ୍ୟରତ ସାମ୍ବାଦିକ ସମୂହର ଧାରଣା

ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ କଳାହାଣ୍ଡି କାର୍ଯ୍ୟରତ ସାମ୍ବାଦିକ ସମୂହର ଧାରଣା

109

କଳାହାଣ୍ଡି – ୨୩/୦୭/୨୦୧୯ (ଓଡିଆପୁଅ) ଓଡିଶାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପ୍ରଶାସନିକ ପଦାଧିକାରୀ ମାନେ ଦୁର୍ବ୍ୟବହାର କରୁଥିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ସମୂହ ଦ୍ୱାରା କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଥିଲା । ପରେ ସାମ୍ବାଦିକ ମାନଙ୍କ ଏକ ପ୍ରତିନିଧି ଦ୍ୱାରା ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଦାବୀପତ୍ର ଦିଆଯାଇଥିଲା । କେନ୍ଦ୍ରାପଡା ଠାରେ ଏସପି ଙ୍କ ଦ୍ୱାରା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯିବା, ଆଉଜଣେ ସାମ୍ବଦିକାଙ୍କୁ ଦୁର୍ବ୍ୟବହାର କରାଯିବା ଏବଂ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଆଇଆଇସି ଙ୍କ ଦ୍ୱାରା ଜଣେ ସାମ୍ବଦିକଙ୍କୁ ମାଡ ମାରିବା ଘଟଣାର ଦୃଢ ପ୍ରତିବାଦ କରାଯାଇଥିଲା । ଭବାନୀପାଟଣା ସହର ମୂଖ୍ୟ ସ୍ଥଳ ଗାନ୍ଧୀଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କରଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା କରିଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅନେକ କ୍ଷେତ୍ରରେ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରାଯାଉଥିବା ଘଟଣା ରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନେ ଲକ୍ଷ୍ମଣରେଖା ମଧ୍ୟରେ ରହି ଏକତ୍ରିତ ହୋଇ ସାମୁହିକ ଭାବେ ଏଭଲି ଘଟନାର ପ୍ରତିବାଦ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.