Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଭଦ୍ରକ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଭଦ୍ରକ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା

23

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଛୁଟି ବାତିଲ ଥିବାବେଳେ ବାହାନଗା ବିଡିଓ ଏବଂ ତାଙ୍କ ସମର୍ଥକମାନେ ବିଶେଶ୍ୱରୀ ପାହାଡ ଉପରେ ମଦମାଂସର ଭୋଜି କରୁଥିବାର ଖବର ପାଇ ଅର୍ଗସ ଟିଭିର କାର୍ଯ୍ୟରତ ସାମ୍ବାଦିକ ସେଠାକୁ ଯାଇ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ସେମାନଙ୍କର ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଏହି ଘଟଣା ପରିପ୍ରେକ୍ଷୀରେ ଆଜି ଭଦ୍ରକର କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇ ଉକ୍ତ ଘଟଣାର ଦୃଢ ନିନ୍ଦା କରାଯାଇଛି । ସାମ୍ବାଦିକମାନଙ୍କ ଉପରେ ଏଭଳି ଆକ୍ରମଣକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ କହିବା ସହ ଉକ୍ତ ଘଟଣାରେ ଯେଉଁମାନେ ଜଡିତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ସାମ୍ବାଦିକମାନେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ସମସ୍ତ ତଥ୍ୟକୁ ଲୋକଙ୍କ ସମ୍ମୁଖକୁ ଆଣୁଥିବାବେଳେ ସେମାନଙ୍କ ଉପରେ ଏଭଳି ଆକ୍ରମଣ ରାଜ୍ୟ ସରକାରଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ଗଣମାଧ୍ୟମକୁ ପ୍ରଥମେ ସୁରକ୍ଷା ଦିଆଯିବା ଅତ୍ୟନ୍ତ ଆବଶ୍ୟକ ବୋଲି ଉପସ୍ଥିତ ସାମ୍ବାଦିକମାନେ ନିଜ ବକ୍ତବ୍ୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.