Home ଜିଲ୍ଲା ପରିକ୍ରମା ସରକାରଙ୍କ ସ୍ଥାନ ସଂରକ୍ଷଣକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଶଂସା

ସରକାରଙ୍କ ସ୍ଥାନ ସଂରକ୍ଷଣକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଶଂସା

23

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଇ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପାଇଁ ଆଜି କ୍ୟାବିନେଟ୍‌ରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଐତିହାସିକ ନିଷ୍ପତ୍ତିକୁ ନେଇ ଆଜି ସନ୍ଧ୍ୟାରେ ଭଦ୍ରକର ଶିକ୍ଷକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରି ଖେଳିଯାଇଛି । ଏହି ଅବସରରେ ଆଜି ଜିଲାସ୍କୁଲରେ ଏକ କୃତଜ୍ଞତା ସଭା ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ପୌରପାଳ ମାନସ ମହାନ୍ତି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ଅବସରପ୍ରାପ୍ତ ଅଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଜିଲାସ୍କୁଲ ଓ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ସ୍ୱାଗତ କରିବା ସହ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏବଂ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଐତିହାସିକ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ସହ ସରକାରୀ ସ୍କୁଲରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଏଥିରୁ ବଂଚିତ ହେଉଥିବାରୁ ଏବେ ସଂରକ୍ଷଣର ସଦୁପଯୋଗ କରିବେ ବୋଲି ଉପସ୍ଥିତ ଅଭିଭାବକ, ସାଂସଦ, ବିଧାୟକ ଓ ଶିକ୍ଷାବିତ୍‌ମାନେ ନିଜ ନିଜ ଅଭିଭାଷଣରେ ସୂଚାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.