Home ଓଡ଼ିଶା ସହରାଂଚଳ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ମିଶନ ଏବଂ କାର୍ଯ୍ୟକ୍ରମକୁ ବିପୁଳ ସଫଳତା

ସହରାଂଚଳ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ମିଶନ ଏବଂ କାର୍ଯ୍ୟକ୍ରମକୁ ବିପୁଳ ସଫଳତା

139

– ପ୍ରଧାନମନ୍ତ୍ରୀ ଆବାସ (ସହରାଂଚଳ) ଯୋଜନା, ଅମୃତ ଓ ସ୍ମାର୍ଟ ସିଟି ମିଶନରେ ୮ ଲକ୍ଷ କୋଟି ଟଙ୍କାର ନିବେଶ
– ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୧ ଲକ୍ଷ ବାସଗୃହ ମଞ୍ଜୁର
– ଅମୃତ ଯୋଜନା ଅନ୍ତର୍ଗତ ୬୪ହଜାର କୋଟି ଟଙ୍କାର ୪, ୧୯୦ ପ୍ରକଳ୍ପ କାର୍ଯ୍ୟକାରୀ
– ୩୫୩ ସହରରେ ପମ୍ପଗୁଡ଼ିକର ଏନର୍ଜି ଅଡିଟ ସମ୍ପନ୍ନ-୪୬୭ ଅମୃତ ସହରରେ କ୍ରେଡିଟ ରେଟିଂ କାର୍ଯ୍ୟ ଶେଷ, ୮ଟି ସହରରୁ ମୁନିସିପାଲ ବଣ୍ଡ ଜରିଆରେ ୩୪ଶହ କୋଟି ଟଙ୍କା ଆଦାୟ
– ସହରାଂଚଳ ନାଗରିକମାନଙ୍କୁ ଅନଲାଇନ ସେବା ପ୍ରଦାନ ନିମନ୍ତେ ୧୬ଟି ସମନ୍ୱିତ ନିୟନ୍ତ୍ରଣ ଏବଂ କମାଣ୍ଡ କେନ୍ଦ୍ର କାର୍ଯ୍ୟକ୍ଷମ
– ୨୫ଟି ସହରରେ ୮୩୭ କୋଟି ଟଙ୍କା ମୂଲ୍ୟର ସ୍ପାର୍ଟ ସଡ଼କ କାର୍ଯ୍ୟ ସମ୍ପନ୍ନ, ୧୩ ହଜାର କୋଟି ଟଙ୍କା ବ୍ୟୟରେ ଆହୁରି ୯୪ଟି ସହରରେ ସ୍ପାର୍ଟ ସଡ଼କ ପ୍ରକଳ୍ପ ନିର୍ମାଣାଧୀନ
– ୧୫ଟି ସହରରେ ସ୍ମାର୍ଟ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ

ନୂଆଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) କେନ୍ଦ୍ର ଆବାସ ଓ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ମିଶନ, ଯୋଜନା ଏବଂ କାର୍ଯ୍ୟକ୍ରମ ହେତୁ ବିଭିନ୍ନ ସହରରେ ବ୍ୟାପକ ବିକାଶମୂଳକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ), ଅମୃତ, ସ୍ମାର୍ଟ ସିଟି ମିଶନ ଭଳି କାର୍ଯ୍ୟକ୍ରମ କେବଳ ଦେଶର ସହରାଂଚଳ ପରିଦୃଶ୍ୟକୁ ବଦଳାଇ ନାହିଁ ବରଂ ନାଗରିକମାନଙ୍କ ଜୀବନଯାପନକୁ ମଧ୍ୟ ସହଜ କରିଛି। ୨୦୦୪ରୁ ୨୦୧୪ ମଧ୍ୟରେ କରାଯାଇଥିବା ସର୍ବମୋଟ ୧.୫୭ ଲକ୍ଷ କୋଟି ଟଙ୍କାର ନିବେଶ ତୁଳନାରେ ୨୦୧୪ରୁ ୨୦୧୯ ମଧ୍ୟରେ ସହରାଂଚଳ ବିକାଶ ଲାଗି ମୋଟ ୧୦.୩୧ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଏହା ନିବେଶ ପରିମାଣରେ ୫୫୪ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଚଂଳ), ଅମୃତ ଏବଂ ଏସସିଏମରେ ପାଖାପାଖି ୮ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି। ଆବାସ ଏବଂ ସହରାଂଚଳ ବିକାଶ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମିଶନଗୁଡ଼ିକ ନିଜ ଲକ୍ଷ୍ୟ ଏବଂ ଧାର୍ଯ୍ୟ ସମୟସୀମା ଠାରୁ ଆଗରେ ରହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଚଂଳ) ଅନ୍ତର୍ଗତ ମୋଟ ୪.୮୩ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇ ୮୧ ଲକ୍ଷରୁ ଅଧିକ ଗୃହ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ୪୮ ଲକ୍ଷ ଗୃହ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ରହିଛି। ୨୬ ଲକ୍ଷରୁ ମଧ୍ୟ ଅଧିକ ଘର ନିର୍ମାଣ ହେବା ପରେ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ମିଶନ ନିର୍ଦ୍ଧାରିତ ସମୟ ସୀମା ଠାରୁ ଆଗରେ ରହିଛି। ୧୩ ଲକ୍ଷରୁ ଅଧିକ ଗୃହ ନିର୍ମାଣରେ ନୂତନ ପ୍ରଯୁକ୍ତିର ଉପଯୋଗ କରାଯାଇଛି। ମୋଟ ୧.୨୬ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଧାର୍ଯ୍ୟ କରାଯାଇଥିବା ବେଳେ ୫୧ ହଜାର କୋଟି ଟଙ୍କା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଚଂଳ)ର କ୍ରେଡିଟ ସହ ଜଡ଼ିତ ସବସିଡି ଯୋଜନାରେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ମଧ୍ୟବିତ ପରିବାରକୁ ପ୍ରଥମ ଥର ପାଇଁ ଅର୍ଥରାଶି ଉପଲବ୍ଧ କରାଯାଇଛି।

ଅମୃତ ଯୋଜନା ଅନ୍ତର୍ଗତ ୭୭, ୬୪୦ କୋଟି ଟଙ୍କା ନିବେଶ କରାଯାଇ ରାଜ୍ୟ ଯୋଜନାଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏଥିମଧ୍ୟରୁ ୩୯, ୦୧୧ କୋଟି ଟଙ୍କାର ଜଳଯୋଗାଣ ପ୍ରକଳ୍ପ, ୩୨, ୪୫୬ କୋଟି ଟଙ୍କାର ସ୍ୱେରେଜ ଏବଂ ସେପ୍ଟିକ ଟ୍ୟାଙ୍କ, ୨, ୯୬୯ କୋଟି ଟଙ୍କାର ଷ୍ଟର୍ମ ଜଳ ନିଷ୍କାସନ ନିମନ୍ତେ, ୧, ୪୩୬ କୋଟି ଟଙ୍କା ଅଣମୋଟର ସହରାଂଚଳ ପରିବହନ, ୧, ୭୬୮ କୋଟି ଟଙ୍କା ସବୁଜ ସ୍ଥାନ ଏବଂ ପାର୍କ ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି। ଏସବୁ ଯୋଜନା ଦ୍ୱାରା ୨୨ କୋଟିରୁ ଅଧିକ ସହରବାସୀ ଲାଭାନ୍ୱିତ ହୋଇଛନ୍ତି। ଅନଲାଇନ ଆବାସ ନିର୍ମାଣ ମଞ୍ଜୁରିକୁ ୧୧ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସମସ୍ତ ସହରାଂଚଳ ସ୍ୱାୟତ ପ୍ରଶାସନ ସମେତ ୧, ୭୦୫ଟି ସହରାଂଚଳ ପ୍ରଶାସନିକ କ୍ଷେତ୍ରରେ ଲାଗୁ କରାଯାଇଛି।

ଜଳସଂକଟରୁ ଜଳ ସୁରକ୍ଷା ଦିଗରେ ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ୩୩, ୯୦୦ କୋଟି ଟଙ୍କା ବ୍ୟୟରେ ୧, ୧୩୨ ପ୍ରକଳ୍ପ ଲାଗୁ କରାଯାଇଛି। ବର୍ତମାନ ସୁଦ୍ଧା ୫୮ ଲକ୍ଷ ପାଇପ ଜଳ ଯୋଗାଣ ହୋଇଛି, ଏହାବ୍ୟତୀତ ଆହୁରି ୮୧ ଲକ୍ଷ ପାଇପ ଜଳ ସଂଯୋଗ କରାଯିବ। ବର୍ଜ୍ୟ ଜଳର ପ୍ରକ୍ରିୟାକରଣ ଏବଂ ପୁନଃଉପଯୋଗ ଉଦ୍ଦେଶ୍ୟରେ ୨୬, ୫୮୯ କୋଟି ଟଙ୍କା ବ୍ୟୟରେ ୬୨୨ ସ୍ୱେରେଜ ଏବଂ ସେଫଟି ଟ୍ୟାଙ୍କ ପରିଚାଳନା ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି। ୩୭ ଲକ୍ଷ ସ୍ୱେରେଜ କନେକ୍ସନ ଉପଲବ୍ଧ କରାଯାଇଥିବା ବେଳେ ୧୦୮ ଲକ୍ଷ ଆହୁରି ଅଧିକ ସ୍ୱେରେଜ ସଂଯୋଗ ଦିଆଯିବ। ମିଶନ ଶେଷ ହେବା ବେଳକୁ ସ୍ୱେରେଜ ବ୍ୟବସ୍ଥାର ପ୍ରସାରକୁ ୩୧ ପ୍ରତିଶତରୁ ବୃଦ୍ଧି କରାଯାଇ ୬୨ ପ୍ରତିଶତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସୁସ୍ଥ ଜୀବନ ଶୈଳୀ ଲାଗି ସବୁଜ ସ୍ଥାନ ନିର୍ମାଣ ଉଦ୍ଦେଶ୍ୟରେ ୫୯୩ କୋଟି ଟଙ୍କା ବ୍ୟୟରେ ୧, ୦୪୮ ପାର୍କ ବିକଶିତ କରାଯାଇଛି। ୧, ୦୦୪ କୋଟି ଟଙ୍କା ବ୍ୟୟରେ ୧, ୩୫୬ ପାର୍କ ନିର୍ମାଣ କରାଯାଉଛି। ଏସବୁ ପାର୍କରେ ମହିଳା, ଶିଶୁ ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ବିଶେଷ ସୁବିଧା ରହିଛି।

୩୫୩ ସହରରେ ପମ୍ପଗୁଡ଼ିକର ଶକ୍ତି ପରୀକ୍ଷା ସମ୍ପୂର୍ଣ୍ଣ ହୋଇସାରିଛି। ୧୧ ହଜାର ପମ୍ପ ବଦଳାଇବା ଲାଗି ଚିହ୍ନଟ କରାଯାଇଛି। ୪୬୭ ଅମୃତ ସହରଗୁଡ଼ିକର କ୍ରେଡିଟ ରେଟିଂ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିମଧ୍ୟରୁ ୧୬୩ ସହରଗୁଡ଼ିକୁ ନିବେଶ ଯୋଗ୍ୟ ଗ୍ରେଡ ରେଟିଂ ମିଳିଛି। ପୁନେ ହାଇଦ୍ରାବାଦ, ଭୋପାଳ, ଇନ୍ଦୋର, ବିଶାଖାପାଟଣା, ଅମରାବତୀ, ଅହମ୍ମଦାବାଦ ଓ ସୁରତ ଆଦି ୮ଟି ସହରାଂଚଳ ପ୍ରଶାସନ ୩, ୪୦୦ କୋଟି ଟଙ୍କାର ମ୍ୟୁନିସପାଲ ବଣ୍ଡ ଜାରି କରିଛନ୍ତି।

୨୫ ଜୁନ, ୨୦୧୫ରେ ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ମିଶନ ସବୁଠୁ ଅଧିକ ପରିବର୍ତ୍ତନକାରୀ ସହରାଂଚଳ ମିଶନ ମଧ୍ୟରୁ ଗୋଟିଏ। ଏହାର ଉଦ୍ଦେଶ୍ୟ ସ୍ମାର୍ଟ ସମାଧାନର ପ୍ରୟୋଗ ମାଧ୍ୟମରେ ସହରାଂଚଳ ମୌଳିକ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ନାଗିରକମାନଙ୍କୁ ଏକ ଉନ୍ନତ ଗୁଣବତା ସମ୍ପନ୍ନ ଜୀବନ ଉପଳବ୍ଧ କରାଇବା। ୧୬ଟି ସମନ୍ୱିତ ନିୟନ୍ତ୍ରଣ ଏବଂ କମାଣ୍ଡ କେନ୍ଦ୍ର (ଆଇସିସିସି) କାର୍ଯ୍ୟକ୍ଷମ ହେବା ଦ୍ୱାରା ନାଗରିକମାନଙ୍କୁ ଅନେକ ଅନଲାଇନ ସେବା ଉପଲବ୍ଧ ହୋଇପାରୁଛି। ଏହାଦ୍ୱାରା ଅପରାଧ ନିରାକରଣ, ଉନ୍ନତ ଅନୁଧ୍ୟାନ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମାଇବାରେ ସହାୟତା ମିଳିପାରିଛି। ଆହୁରି ୫୫ ଆଇସିସିସି କେନ୍ଦ୍ର ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ବର୍ତମାନ ସୁଦ୍ଧା ୧୦୦ଟି ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ନିର୍ମାଣ କରାଯାଇଛି। ୧୦୦ଟି ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ମଂଚ (ପିଏମସି) ଗଠନ କରାଯାଇଛି ଏବଂ ୨.୦୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ୫, ୧୫୧ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି।

ମୋଟ ପ୍ରକଳ୍ପଗୁଡ଼ିକର ୫୭ ପ୍ରତିଶତ ଅର୍ଥାତ ୧, ୩୩, ୪୦୭ କୋଟି ଟଙ୍କା ବ୍ୟୟର ୩, ୫୮୯ଟି ପ୍ରକଳ୍ପର ଟେଣ୍ଡର ଜାରି କରାଯାଇଛି, ଏଥିମଧ୍ୟରୁ ମୋଟ ୩୮ ପ୍ରତିଶତ ପ୍ରକଳ୍ପ ଅର୍ଥାତ ୮୮, ୮୯୮ କୋଟି ଟଙ୍କା ବ୍ୟୟର ୨, ୭୯୩ ପ୍ରକଳ୍ପ କାର୍ଯ୍ୟକାରୀ/ନିର୍ମାଣ ଲାଗି ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇସାରିଛି। ଟେଣ୍ଡର ଜାରି ହୋଇଥିବା ପ୍ରକଳ୍ପଗୁଡ଼ିକର ସଂଖ୍ୟାରେ ମାର୍ଚ୍ଚ ୨୦୧୮ ପର ଠାରୁ ୨୪୦ ପ୍ରତିଶତ ବୃଦ୍ଧି ହୋଇଛି।

୧୧୧ଟି ଭାରତୀୟ ସହରକୁ ସାମିଲ କରାଯାଇ ସହଜ ଜୀବନଯାପନ ସୂଚକାଙ୍କ ୧୩ ଅଗଷ୍ଟ, ୨୦୧୮ରେ ଆରମ୍ଭ କରାଯାଇଥିଲା। ସଂସ୍ଥାଗତ, ସାମାଜିକ, ଆର୍ଥିକ ଏବଂ ବସ୍ତୁବାଦୀ ଜୀବନଯାପନକୁ ମାପୁଥିବା ଏହି ବ୍ୟବସ୍ଥାରେ ଶୀର୍ଷରେ ରହିଥିବା ୪ଟି ସହର ହେଲେ-ପୁନେ, ନଭୀ ମୁମ୍ବାଇ, ତିରୁପତି ଏବଂ ଚଣ୍ଡିଗଡ଼।

ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ନିର୍ମାଣ କରାଯାଇଥିବା ସ୍ମାର୍ଟ ସଡ଼କରେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଛି। ବର୍ତମାନ ସୁଦ୍ଧା ୮୩୭ କୋଟି ଟଙ୍କା ବ୍ୟୟରେ ୨୫ଟି ସହରରେ ସ୍ମାର୍ଟ ସଡ଼କ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ୫୯ ସହରରେ ସ୍ମାର୍ଟ ସଡ଼କ ନିର୍ମାଣାଧୀନ ରହିଛି। ୩୬ଟି ସହରରେ ଏପରି ସଡ଼କ ନିର୍ମାଣ ପାଇଁ ଟେଣ୍ଡର ଜାରି କରାଯାଇଛି। ୧୩ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ୯୪ଟି ସହରରେ ସ୍ମାର୍ଟ ରୋଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି।

ବର୍ତମାନ ସୁଦ୍ଧା ୧୧୩ କୋଟି ଟଙ୍କା ବ୍ୟୟରେ ୧୫ଟି ସହରରେ ସ୍ମାର୍ଟ ସୌର ଶକ୍ତି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଫଳରେ ୧୯ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଛି। ଏଥିସହିତ ୪୫ଟି ସହରରେ ୮୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି। ୧୦ଟି ସହରରେ ବର୍ଜ୍ୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ୫୦ଟି ସହରରେ ଏପରି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ୨୪ଟି ସହରରେ ସ୍ମାର୍ଟ ୱାଟର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଆହୁରି ୫୬ଟି ସହରରେ ଏପରି ପ୍ରକଳ୍ପ ନିର୍ମାଣାଧୀନ ରହିଛି।

ଇଣ୍ଡିଆ ସ୍ମାର୍ଟ ସିଟିଜ ଫେଲୋସିପ ପ୍ରୋଗ୍ରାମ ଅଧୀନରେ ସହରାଂଚଳ ନିୟୋଜନ ଏବଂ ଡିଜାଇନ ତଥା ଏ ସମ୍ପର୍କିତ କ୍ଷେତ୍ରରେ ସ୍ମାର୍ଟ ସିଟି ଫେଲୋ ଭାବେ ୩୯ ଯୁବ ପେସାଦାରଙ୍କ ଚୟନ କରାଯାଇଛି। ଚଳିତ ବର୍ଷ ଠାରୁ ଲୋକମାନଙ୍କ ଜୀବନଯାପନ ସୁଗମତା ଆକଳନ କରିବା ଉଦ୍ଦେଶ୍ୟରେ ଜୀବନ ଯାପନ ସୁଗମତା ସୂଚକାଙ୍କ ଆରମ୍ଭ କରାଯାଇଛି।

ସହର, ଶିକ୍ଷାବିତ, ଉଦ୍ୟୋଗ ଜଗତ ଏବଂ ସରକାରଙ୍କ ପାଇଁ ବିଶ୍ଳେଷକ ମାଧ୍ୟମରେ ଅନ୍ତର୍ଦୃଷ୍ଟି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସହରାଂଚଳ ପର୍ଯ୍ୟବେକ୍ଷଣାଗାରର ପରିଚାଳନା ଆରମ୍ଭ କରାଯାଇଛି। ଏହାଛଡ଼ା ସ୍ମାର୍ଟ ସିଟି ଡିଜିଟାଲ ପଇଠ ପୁରସ୍କାର-୨୦୧୮ ଏବଂ ନବୋନ୍ମେଷ, ଏକୀକରଣ ଏବଂ ନିରନ୍ତରତା ପାଇଁ ସହରାଂଚଳରେ ନିବେଶ (ସିଟିଜି) ଚ୍ୟାଲେଞ୍ଜ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.