Home ଜିଲ୍ଲା ପରିକ୍ରମା ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଆରମ୍ଭ

ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଆରମ୍ଭ

116

ସମ୍ବଲପୁର, ୧୬/୯ – (ଓଡ଼ିଆ ପୁଅ) ଦେଶ ଗଠନରେ ରେଳବାଇର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛତା ଏବଂ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ ସାମଗ୍ରୀର ବର୍ଜନ ବିଷୟରେ ମଧ୍ୟ ରେଳବାଇର ଗୁରୁଦାୟିତ୍ୱ ରହିଛି। ତେଣୁ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ, ସ୍ୱଚ୍ଛତା ହିଁ ସେବା ସ୍ଲୋଗାନ ଦେଇ ରେଳବାଇ ଆଜିଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ବା ସ୍ୱଚ୍ଛତାର ୧୫ ଦିନ ପାଳନ କରୁଛି ବୋଲି ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଡ. ଜୟଦୀପ ଗୁପ୍ତା କହିଛନ୍ତି। ଆଜି ପ୍ରଥମ ଦିବସରେ ପ୍ରଭାତଫେରୀ ଏବଂ ସଚେତନତା ର୍ୟାଲି ତଥା ସ୍ୱଚ୍ଛତା ପାଇଁ ଶପଥ ଗ୍ରହଣ ଭଳି କାର୍ଯ୍ୟକ୍ରମର ଆୟୋଜନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଗୁପ୍ତା କହିଲେ ଯେ, ସ୍ୱଚ୍ଛତା ରକ୍ଷା ଓ ଅଭିଯାନ ନିଜ ଘରୁ ତଥା ନିଜ ପାରିପାଶ୍ୱର୍ରୁ ଆରମ୍ଭ ହେବା ଆବଶ୍ୟକ। ରେଳବାଇ ଭଳି ଏକ ବୃହତ ସଂସ୍ଥା ଯେଉଁଠାରେ କି ବହୁ ମାତ୍ରାରେ କର୍ମଚାରୀ ରହିଛନ୍ତି ଏବଂ ଯିଏ କି ଅଗଣିତ ଲୋକଙ୍କୁ ପ୍ରତିଦିନ ନେବାଆଣିବା କାର୍ଯ୍ୟ ତୁଲାଉଛି ସେଠାରେ ସ୍ୱଚ୍ଛତା ରକ୍ଷାର ଅର୍ଥ ଦେଶରେ ସ୍ୱଚ୍ଛତା ରକ୍ଷା ଅଟେ। ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଏହି ବାର୍ତ୍ତାଟି ସଠିକ ଭାବରେ ଅନୁଭୂତ ହେଲେ ଏହାର ସୁଫଳ ମିଳିପାରିବ। ତେଣୁ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଶ୍ରମଦାନ, ବୃକ୍ଷରୋପଣ, ପ୍ରଶିକ୍ଷଣ, ଆଲୋଚନା ଚକ୍ର, ସଚେତନତା ବାର୍ତ୍ତା ବହନ କରୁôଥିବା ପୋଷ୍ଟର ଏବଂ ସ୍ଲୋଗାନ, ପଥପ୍ରାନ୍ତ ନାଟକ ପରିବେଷଣ, ଶପଥ ଗ୍ରହଣ, ପ୍ରତିଯୋଗିତା, ଜନସମ୍ପର୍କ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୭ ଏବଂ ୧୮ ତାରିଖ ଦୁଇଦିନ ସ୍ୱଚ୍ଛ ସମ୍ବାଦ, ୧୯ ଓ ୨୦ ଦୁଇଦିନ ସ୍ୱଚ୍ଛ ଷ୍ଟେସନ, ୨୧ ଓ ୨୨ ଦୁଇଦିନ ସ୍ୱଚ୍ଛ ରେଳଗାଡ଼ି, ୨୩ ତାରିଖରେ ସ୍ୱଚ୍ଛ ପରିସର, ୨୪ ଓ ୨୫ ତାରିଖରେ ସ୍ୱଚ୍ଛ ଆହାର, ୨୬ ଓ ୨୭ରେ ସ୍ୱଚ୍ଛ ନୀର, ୨୮ ତାରିଖରେ ସ୍ୱଚ୍ଛ ପ୍ରସାଧନ, ୨୯ ତାରିଖରେ ସ୍ୱଚ୍ଛ ପ୍ରତିଯୋଗିତା ଏବଂ ୩୦ ତାରିଖରେ ସ୍ୱଚ୍ଛତା ସମୀକ୍ଷା ଶୀର୍ଷକ ଅଧୀନରେ ବହୁବିଧ କାର୍ଯ୍ୟକ୍ରମର ରୂପରେଖ ନିର୍ଣ୍ଣୟ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏଡ଼ିଆରଏମ ଏଲ.ଭି.ଏସ.ଏସ. ପାତ୍ରୁଡ଼ୁ ଏବଂ ଅନ୍ୟାନ୍ୟ ମଣ୍ଡଳସ୍ତରୀୟ ଉଚ୍ଚ ଅଧି୍ କାରୀ ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.