Home ଓଡ଼ିଶା ସମ୍ବଲପୁର ହେଲା ଦେଶର ଶ୍ରେଷ୍ଠ ରେଳମଣ୍ଡଳ

ସମ୍ବଲପୁର ହେଲା ଦେଶର ଶ୍ରେଷ୍ଠ ରେଳମଣ୍ଡଳ

90

ସମ୍ବଲପୁର, ୧୬/୯ – (ଓଡ଼ିଆ ପୁଅ) ପୁରୀ-ସମ୍ବଲପୁର ଇଣ୍ଟରସିଟୀ ଟ୍ରେନ୍ ର ସମୟାନୁବର୍ତ୍ତୀତା, ସମ୍ବଲପୁରରେ ପ୍ରିପେଡ଼ ଅଟୋର ବ୍ୟବସ୍ଥା, ବିଭିନ୍ନ ଟ୍ରେନର ବଗି ଗୁଡ଼ିକର ଅବ୍ୟବସ୍ଥା ଓ ସଫେଇ ସମେତ ବିଭିନ୍ନ ରେଳ ସମସ୍ୟା ଉପରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ପ୍ରସଙ୍ଗରେ ଜାଣିବାକୁ ମିଳିଛି ଯେ ସମ୍ବଲପୁର ରେଳ ମଣ୍ଡଳ ଅଗଷ୍ଟ ମାସରେ ୬୮ଟି ଡ଼ିଭିଜନ ମଧ୍ୟରେ ତା’ର ସର୍ବାଙ୍ଗିନ କାର୍ଯ୍ୟକଳାପ ଦୃଷ୍ଟିରୁ ପ୍ରଥମ ସ୍ଥାନ ଅଧିକାର କରିପାରିଛି। ୫୫ଟି ବିନ୍ଦୁ ବା ବିଷୟକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥାଏ। ପୂର୍ବରୁ ସମ୍ବଲପୁର ମଣ୍ଡଳ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲା କିନ୍ତୁ ପ୍ରଥମ ଥର ପାଇଁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.