Home ଓଡ଼ିଶା ସମ୍ବଲପୁରୀ ଉପନ୍ୟାସ ‘ହଜହଜିଆର୍ ଦୁଇଭାଗ’ ଉନ୍ମୋଚିତ

ସମ୍ବଲପୁରୀ ଉପନ୍ୟାସ ‘ହଜହଜିଆର୍ ଦୁଇଭାଗ’ ଉନ୍ମୋଚିତ

142

ସମ୍ବଲପୁର, ୨୫/୮ – (ଓଡ଼ିଆ ପୁଅ) ମା-ମାଟି-ମାତୃଭାଷା ସର୍ବୋପରି ଅଟେ। ମାତୃଭାଷା ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିବା ଆବଶ୍ୟକ ଏବଂ ତା’ର ପ୍ରତିଫଳନ ରହିଛି ମଧ୍ୟ। ତେଣୁକରି ସମ୍ବଲପୁରୀ ଭାଷାରେ ସଙ୍ଗୀତ ନାଟକ ଏବଂ ସାହିତ୍ୟ ପ୍ରତି ଅନେକଙ୍କ ସମର୍ପଣ ଭାବ ରହିଛି। ଏହି ସମର୍ପଣ ଭାବ ବିସ୍ତାରିତ ହେବା ଆବଶ୍ୟକ, ଅଧିକରୁ ଅଧିକ ସମ୍ବଲପୁରୀ ସାହିତ୍ୟ ସୃଷ୍ଟି ହେବା ଉଚିତ। ଏହାକୁ ନେଇ ଏବେ ଜାଗରଣ ଏବଂ ସଚେତନତା ବୃଦ୍ଧି ପାଇଛି ବୋଲି ଅତିଥିମାନେ କହିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରହ୍ଲାଦ ଦାଶଙ୍କ ରଚିତ ସମ୍ବଲପୁରୀ ଉପନ୍ୟାସ ‘ହଜହଜିଆର୍ ଦୁଇଭାଗ’ର ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ସର୍ବଶ୍ରୀ ଦ୍ୱାରିକା ନାୟକ, ଅରବିନ୍ଦ ମହାପାତ୍ର, ରାମପ୍ରସାଦ ତ୍ରିପାଠୀ, ସୁରଞ୍ଜନ ମହାପାତ୍ର, ବୋଧରାମ ମୁଣ୍ଡା ପ୍ରମୁଖ କହିଲେ ଯେ, ସମ୍ବଲପୁରୀ ସାହିତ୍ୟ କବିତା ଓ ନାଟକ ମଧ୍ୟରେ ଜୀବିତ ଏବଂ ବିସ୍ତାରିତ ହୋଇ ରହିଛି। ତେବେ ମାଟି ଓ ମାଟିର ଭାଷାକୁ ଭଲ ପାଉଥିବା ଅନେକ ବ୍ୟକ୍ତି ସାହିତ୍ୟର ଭଣ୍ଡାରକୁ ଭର୍ତ୍ତି କରିବା ପାଇଁ ଉପନ୍ୟାସ ଠାରୁ ଆରମ୍ଭ କରି ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାର ରଚନାବଳୀ ସୃଷ୍ଟି କରିଚାଲିଛନ୍ତି। ତେବେ ବିଡ଼ମ୍ବନା ଯେ, ନିମ୍ନ ପ୍ରାଥମିକ ସ୍ତରରେ ସୁଦ୍ଧା ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ନାହିଁ। ଫଳରେ କୋମଳମତି ଶିଶୁଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସ୍ୱଳ୍ପ ବୟସରେ ଘରେ ଏବଂ ବିଦ୍ୟାଳୟରେ ସମାନ ଭାଷାରେ ଶିକ୍ଷା ଆହରଣ ହେଲେ ମଜଭୂତ ଭିତ୍ତି ପଡ଼ିବ ତଥା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଯେ କୌଣସି ଭାଷାକୁ ଆୟତ୍ତ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.