Home ଓଡ଼ିଶା ସମ୍ବଲପୁରରେ କଟିଲା ସବୁଠୁ ଦାମୀ ଚାଲାଣ

ସମ୍ବଲପୁରରେ କଟିଲା ସବୁଠୁ ଦାମୀ ଚାଲାଣ

154

ସମ୍ବଲପୁର,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ସମ୍ୱଲପୁରରେ କଟିଛି ସବୁଠୁ ଦାମୀ ଚାଲାଣ। ସୂଚନାନୁସାରେ, ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ଆଇନ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦୦୦ ଟଙ୍କା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରୁଥିବାରୁ ୫ହଜାର, ପରମିଟ୍‌ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ ନଥିବାରୁ ୧ହଜାର ଟଙ୍କା , ୨୧-୦୭-୨୦୧୪ରୁ ୩୦-୦୯-୨୦୧୯ ପର୍ଯ୍ୟନ୍ତ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ତେବେ ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବା ବେଳେ ଏହି ଜରିମାନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡର ଶୈଳେଶ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.