Home କନ୍ଧମାଳ ସମାଜସେବୀ ବିନୋଦିନୀ ପାତ୍ରଙ୍କ ପରଲୋକ

ସମାଜସେବୀ ବିନୋଦିନୀ ପାତ୍ରଙ୍କ ପରଲୋକ

97

ବାଲିଗୁଡା, ୨୬-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକର ପ୍ରତିଷ୍ଠିତ ରାଜବଂଶ ସ୍ବର୍ଗତ ଗାନ୍ଧୀ ପାତ୍ରଙ୍କ ସ୍ତ୍ରୀ ବିନୋଦିନୀ ପାତ୍ରଙ୍କ ଗୁରୁବାର ଦିନ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ହୋଇଯାଇଛି। ଖବର ପାଇବା ପରେ ସ୍ବର୍ଗତ ପାତ୍ରଙ୍କ ବାସ ଭବନରେ ଶେଷ ଦର୍ଶନ କରିବା ପାଇଁ କ.ନୂଆଗାଁ ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ବନ୍ଧୁବାନ୍ଧବ ଶୁଭେଛୁ ତଥା ଜନସାଧାରଣଙ୍କ ସମାଗମ ହୋଇଥିଲା। ତାଙ୍କ ମରଶରୀରକୁ ରାଜକୀୟ ରୀତିନୀତି ଅନୁଯାୟୀ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ସ୍ମଶାନକୁ ନିଆଯାଇ ସେଠାରେ ଶବଦାହ କରାଯାଇଥିଲା। ସେ ଏକା ଧାରରେ ଜଣେ ମିଷ୍ଟଭାସି, ପରୋପକାରୀ, ଦୟାନୁଶୀଳତା ମହିଳା ଥିଲେ। ତାଙ୍କର ଅବଦାନରେ କ.ନୂଆଗାଁ ବ୍ଲକରେ ବହୁତ ମହତ ପୂର୍ଣ୍ଣକାର୍ଯ୍ୟ କରିଯାଇଛନ୍ତି। ଯାହା ଆଜି କ.ନୂଆଗାଁ ବ୍ଲକ ବାସିନ୍ଦାମାନେ ମନେ ପକାଇ ଝୁରି ହେଉଛନ୍ତି। ତାଙ୍କରି ଅବଦାନରେ କ.ନୂଆଗାଁରେ ହାଇସ୍କୁଲ, ଡ଼ିଗ୍ରୀ କଲେଜ, ରାମେଶ୍ୱର ମନ୍ଦିର ନିର୍ମାଣ କରିବା ପାଇଁ ଭୂମି ପ୍ରଦାନ କରିଥିଲେ। ଆଜି ଏହା କ.ନୂଆଗାଁ ପାଇଁ ସ୍ମରଣୀୟ ଦିନ ଅଟେ ବୋଲି ଉପସ୍ଥିତ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.