Home ଆମ ସଂସ୍କୃତି, କଳା ଓ ଐତିହ୍ୟ ସନ୍ତାନଙ୍କ ମଂଗଳ କାମନା କରି ମହିଳାମାନେ ପାଳନ କଲେ ପୁଅ ଜିଉଁତିଆ

ସନ୍ତାନଙ୍କ ମଂଗଳ କାମନା କରି ମହିଳାମାନେ ପାଳନ କଲେ ପୁଅ ଜିଉଁତିଆ

235

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) ଆଜି ଆଶ୍ୱିନ କୁଷ୍ନ ପକ୍ଷ ଅଷ୍ଟମୀ ତିଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ତାନରେ ପୁଅ ଜିଉଁତିଆ ବା ଦୂତି ବାହନ ଓଷା ପାଳନ କରାଯାଉଛି। ସନ୍ତାନମାନଙ୍କ ଦୀର୍ଘ, ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ, ସୁଖ ସମୃଦ୍ଦି କାମନା କରି ମହିଳାମାନେ ଏହି ବ୍ରତ ପାଳନ କରନ୍ତି। ଏହି ଉପଲକ୍ଷେ ସଂଧ୍ୟାର ମହିଳାମାନେ ଦଳ ଦଳ ହୋଇ ମନ୍ଦିର ପ୍ରାଂଗଣ, ଛକ, କଲୋନୀ, ଗାଁଦାଂଡ଼ ଆଦି ଜାଗାରେ ଏକତ୍ରିତ ହୋଇ ସ୍ୱତନ୍ତ୍ର ଓ ଚାନ୍ଦୁଆ, ବିବିଧ ଫୁଳ, ପତ୍ର ଏବଂ ଫଳରେ ସଜ୍ଜିତ ବେଦୀରେ ପୂଜା କରିଥିଲେ। ଏଠାରେ ବର୍ଗାକାର ଜଳାଶୟ କରାଯାଇ ଜିଆଁ ମାଛ ଛଡ଼ା ଯାଇଥିଲା। ପୂଜା ସ୍ତଳରେ ଦୂତିବାହନଙ୍କ ଆରାଧନା ପୂର୍ବକ ନବବସ୍ତ୍ର ପରିଧାନକରି ମହିଳାମାନେ ଦୂତିବାହନ ଓଷା ବ୍ରତ କଥା ଶୁଣିଥିଲେ। ଚଳିତ ଋତୁର ବିଭିନ୍ନ ନୂଆ ଫଳ, ଫୁଳ, ୧୦୨ ଲେଖାଁଏ ଦୁବ ଓ ଅକ୍ଷତ ଅରୁଆ ଚାଉଳ, ନୈବେଦ୍ୟ ସହିତ ଜୁଗାର ଅର୍ପଣ ପୂର୍ବକ ପୂଜା କରାଯାଇଥିଲା। ଓଉ, କାକୁଡ଼ି, ଆଖୁ, ମରମଂଗା, କନ୍ଦମୂଳ, ନଡ଼ିଆ ଅସନ୍ତା କାଲି ନବମୀ ତିଥିରେ ବ୍ରତ କରିଥିବା ମହିଳା ମାନେ ନଦୀ, ପୋଖରୀ ଆଦି ଜଳାଶୟକୁ ଯାଇ ବାଲି ବେଦୀର ପୁର୍ବାର ପୂଜା କରିବେ। ପରେ ଘରେ ସନ୍ତାନ ଓ ସନ୍ତତୀଙ୍କୁ ପର୍ବଦିନ ପୂଜାପରେ ରଖାଯାଇଥିବା ନୈବେଦ୍ୟକୁ ବନ୍ଦାଣ କରିବେ। ଏହାବାଦ ସେମାନେ ଚବିଶ ଘଂଟାରୁ ଅଧିକ ସମୟଧରି ରଖିଥିବା ଉପବାସକୁ ପ୍ରତାହାର କରିବେ। ଅନ୍ୟପକ୍ଷରେ ନବବିବାହିତା ମହିଳାମାନେ ସନ୍ତାନ କାମନା କରି ଏବଂ କନ୍ୟାମାନେ ମଧ୍ୟ ବାପାଙ୍କ ସକାଶେ ଏହି ବିଧି ପାଳନ କରନ୍ତି। ଏହି ଅବସରରେ ନବବସ୍ତ୍ର ଆଦାନ ପ୍ରଦାନ ହୋଇଥାଏ। ସନ୍ତାନମାନେ ବଡ଼ ହେଲେ, ମାଆମାନଙ୍କୁ ଶାଢୀ ଆଦି ଉପହାର ଦେବାର ପରମ୍ପରା ମଧ୍ୟରହିଛି ଏଥିପାଇଁ ଗତ କିଛିଦିନ ହେଲା ଦୋକନ ବଜାରରେ ବ୍ୟାପକ ଭିଡ଼ ଜମିଥିଲା। ପଶ୍ଚିମ ଓଡ଼ିଶାର ସବୁବର୍ଗର ମହିଳା ମାନେ ଏହି ଓଷା ପାଳନ କରନ୍ତି। ଏଥର ଗତକାଲି ଓ ଆଜି ଅଷ୍ଟମୀ ଥିବାରୁ ଶୁକ୍ରବାର ଦିନ ମଧ୍ୟ କେତେକ ଜାଗାରେ ଭାଇ ଜିଉଁତିଆ ପାଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.