Home ଜିଲ୍ଲା ପରିକ୍ରମା ସଂସ୍କୃତି ଓ ସଂସ୍କୃତିର ମିଳନୀ ସନ୍ଧ୍ୟା – ‘ଭଲ ପାଇବାର ବର୍ଷ’ର ଆନୁଷ୍ଠାନିକ ଶୁଭାରମ୍ଭ

ସଂସ୍କୃତି ଓ ସଂସ୍କୃତିର ମିଳନୀ ସନ୍ଧ୍ୟା – ‘ଭଲ ପାଇବାର ବର୍ଷ’ର ଆନୁଷ୍ଠାନିକ ଶୁଭାରମ୍ଭ

22

ଭୁବନେଶ୍ୱର ୧୧ା୧ (ଓଡ଼ିଆ ପୁଅ) : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ସଂସ୍କୃତି’ ଆନୁକୂଲ୍ୟରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ମନୋଜ୍ଞ ମିଳନୀ ସମାରୋହରେ “ଭଲ ପାଇବାର ବର୍ଷ – ୨୦୨୧”ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ, ସନ୍ଥ ଓ କଳାକାରମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାମାରୀ କରୋନାର ଯନ୍ତ୍ରଣାଦାୟକ ଅନୁଭୂତି ପରେ ନବବର୍ଷ-୨୦୨୧କୁ ସ୍ୱାଗତ ଜଣାଇଥିଲେ। ଏହି ବର୍ଷରେ ପ୍ରତ୍ୟେକ ପରସ୍ପରକୁ ସ୍ନେହ ଓ ମମତା ବାଣ୍ଟିବା ସହିତ ଅନ୍ୟର ମୁହଁରେ ହସ ଫୁଟାଇବାକୁ ପ୍ରୟାସୀ ହେବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ। ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଆଧ୍ୟାତ୍ମିକ ସାଧକ ସ୍ୱାମୀ ରାମନାରାୟଣ ଦାସ ମହାରାଜ ଉଦ୍‌ଘାଟନ କରିଥିବା ବେଳେ ମହାବୋଧି ସୋସାଇଟିର ବୌଦ୍ଧ ଭିକ୍ଷୁ ବୁଦ୍ଧଦତ୍ତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳଙ୍କ ଶୁଭ ଜନ୍ମତିଥିରେ କେକ୍ କଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ ପାଇବାର ବର୍ଷର ଉଦ୍‌ଘାଟନ ଉପଲକ୍ଷେ ବହୁ କଳାକାରଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅବନୀକାନ୍ତ ଦାସ (ଗେନୁ), ଛନ୍ଦା ମିଶ୍ର, ଲୋଭା ବିଶ୍ୱାଳ, ଅନିନ୍ଦିତା ଦାସ, ପ୍ରତିଭା ପ୍ରଧାନ, ଇଂ. ବିଚିତ୍ରାନନ୍ଦ ଦେଓ, ପ୍ରଯୋଜକ ଶ୍ରୀଧର ମାର୍ଥା, ଅତିଶ କୁମାର ରାଉତ ଓ ସଂଳାପକାର ଡଃ ରଜନୀରଞ୍ଜନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଉତ୍ସବରେ ‘କାଦମ୍ବିନୀ’ର ସମ୍ପାଦିକା ଡଃ ଇତି ସାମନ୍ତ, ମହାବୋଧି ସୋସାଇଟିର ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ଡଃ ବିମଳେନ୍ଦୁ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଇଂ. ଶ୍ରୀନିବାସୀ ଘଟୁଆରୀ (ମିଲନ୍‌) କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ସମୀର କୁମାର ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.