Home କେନ୍ଦ୍ରାପଡ଼ା ଗୋସ୍ୱାମୀ ଅନାମ ଦାଶଙ୍କୁ କଳାବାରିଧି ସମ୍ମାନ

ଗୋସ୍ୱାମୀ ଅନାମ ଦାଶଙ୍କୁ କଳାବାରିଧି ସମ୍ମାନ

19

କେନ୍ଦ୍ରାପଡା, ୧୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଅଷ୍ଟମ ପ୍ରହରୀ ପୂଜକ ଓ ଗାୟକ ଭାବେ କ୍ଷ୍ୟାତି ଅର୍ଜ୍ଜନ କରିଥିବା ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଓଡିଶା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଳାବାରିଧି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରସ୍ଥିତ ୟୁନିଟ-୪ ଏମ.ଏଲ.ଏ.କଲୋନୀରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ପ୍ରତିନିଧି ଓ ସଦସ୍ୟମାନଙ୍କ ମଧ୍ୟରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ଜନ୍ମିତ ଅନାମ ଜଣେ ଜଣାଶୁଣା ଅଷ୍ଟମ ପ୍ରହରୀ ଗାୟକ ଓ ପୂଜକ ଅଟନ୍ତି। ଦୀର୍ଘ ୪୦ବର୍ଷ ଧରି ସେ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମରେ ପଂଚଶାଖା ସାହିତ୍ୟ, ବୈଷ୍ଟମଧର୍ମ ଏବଂ ନାମକୀର୍ତ୍ତନର ପ୍ରଚାର ପ୍ରସାର କରୁଥିବାରୁ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ମୁଖ୍ୟ ସଂଯୋଜକ ବିଷ୍ଣୁ ପ୍ରସାଦ ଦାସ, ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ଅନୁଗ୍ରାହକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.