Home ଓଡ଼ିଶା ଶ୍ରୀକ୍ଷେତ୍ର ମହୋତ୍ସବ ଚଳିତ ମାସ୨୭ ରୁ ୩୧ ପର୍ଯ୍ୟନ୍ତ

ଶ୍ରୀକ୍ଷେତ୍ର ମହୋତ୍ସବ ଚଳିତ ମାସ୨୭ ରୁ ୩୧ ପର୍ଯ୍ୟନ୍ତ

46

ପୁରୀ ୧୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀକ୍ଷେତ୍ର ମହୋତ୍ସବ ପୁରୀର ଗର୍ବ ଓ ଗୌରବର ପ୍ରତୀକ।ତେଣୁ ଏହାକୁ ଆକର୍ଷଣୀୟ ଭାବେ ପାଳନ କରିବାକୁ ମତ ପ୍ରକାଶ ପାଇଛି। ବୁଧବାର ସଂଧ୍ୟାରେ ମୋଚି ସାହି ନୂଆ ତୋଟା ଜାଗା ଘର ଠାରେ ଆଗାମୀ ଶ୍ରୀକ୍ଷେତ୍ର ମହୋତ୍ସବ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଶ୍ରୀକ୍ଷେତ୍ର ମହୋତ୍ସବ ପୁରୀ ପାଇଁ ଅନେକ ମାନ୍ୟତା ରଖୁଥିବାରୁ ଓ ଜାଗା ଆଖଡା ମାନଙ୍କର ଦକ୍ଷତା ଓ ପ୍ରଦର୍ଶନ ଏଥିରେ ସାମିଲ ହେଉଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରିବାକୁ ମତ ଦେଇଥିଲେ। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀକ୍ଷେତ୍ର ମହୋତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରୁଛନ୍ତି।ଏଥିପାଇଁ ସରକାର ଙ୍କୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଛି। କଟକ ବାଲିଯାତ୍ରା ଓ ବରଗଡ଼ ଧନୁଯାତ୍ରା ପରି ଏହାକୁ ସରକାରଙ୍କ ବାର୍ଷିକ କ୍ୟାଲେଣ୍ଡରରେ ସାମିଲ ପାଇଁ ସଦସ୍ୟ ମାନଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ନିଷ୍ପତ୍ତି ଅନୁସାରେ ଶରଧାବାଲି ଠାରେ ଚଳିତ ମାସ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ସେହିପରି ଅନ୍ୟାନ୍ୟ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରାଯିବ। ପ୍ରତ୍ୟେକ ସଂଧ୍ୟା ରେ ବିଭିନ୍ନ ଜାଗା ଘର ଓ ଆଖଡା ତରଫରୁ ପାରମ୍ପରିକ କଳା ପ୍ରଦର୍ଶନ କରାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନର ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଉଦଘାଟନ ଦିନ ଅପରାହ୍ନ ରେ ଏକ ବିରାଟ ପଟୁଆରରେ ଜହ୍ନିମୁଣ୍ଡିଆ ଛକଠାରୁ ସିଂହଦ୍ୱାର ଦେଇ ଶରଧାବାଲି ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ର ମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ର ମଧ୍ୟ ଆୟୋଜନ କରାଯାଇଛି।ଏ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦାନ ପାଇଁ ଏକାଧିକ ସବ କମିଟି ଗଠନ କରାଯାଇ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ୮ ସାହି ଆଖଡା ସମନ୍ବୟ ସମିତି ସଭାପତି ବାବାଜୀ ମହାପାତ୍ର, ସମ୍ପାଦକ ତଳଛୁ ନିଳକଣ୍ଠ ମହାପାତ୍ର, ଦୋଳ ମଣ୍ଡପ ସାହି ଆଖଡା ସମ୍ପାଦକ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ଦୋଳମଣ୍ଡପ ସାହି ଆଖଡା ସଭାପତି ନିରଞ୍ଜନ ସିଂହାରୀ, ମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଦୂର୍ଗା ଦାସ ମହାପାତ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅନ୍ୟାନ୍ୟ ଜାଗା ଆଖଡା ର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.