Home ଓଡ଼ିଶା ପଟିଆ ଦୁଷ୍କର୍ମ ନାବାଳିକା ପିଡୀତାଙ୍କ ପରିବାର ଓ ଘଟଣା ସ୍ଥଳକୁ ଯାଇ ତଦନ୍ତ କଲା ବିଜେପି...

ପଟିଆ ଦୁଷ୍କର୍ମ ନାବାଳିକା ପିଡୀତାଙ୍କ ପରିବାର ଓ ଘଟଣା ସ୍ଥଳକୁ ଯାଇ ତଦନ୍ତ କଲା ବିଜେପି ମହିଳାମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ

82

ମହିଳା ଅତ୍ୟାଚାର ଓ ହତ୍ୟା ପ୍ରତି ରାଜ୍ୟ ସରକାରଙ୍କ ନିସ୍କ୍ରିୟତା ଦାଣ୍ଡରେ ପଡି ହାଟରେ ଗଡୁଛି : ସ୍ମୃତି ପଟ୍ଟନାୟକ
– ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣଭାବେ ଅସୁରକ୍ଷିତ
– ମହିଳା ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ଓଡ଼ିଶା ୧ନଂ
ଭୁବନେଶ୍ୱର ୧୮/୦୧ (ଓଡ଼ିଆ ପୁଅ) : ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାବେଳେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ବାରମ୍ବାର ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରାଯାଉଥିବାରୁ ପୋଲିସ ବିଭାଗର ନିସ୍କ୍ରିୟତା ଦାଣ୍ଡରେ ପଡି ହାଟରେ ଗଡୁଛି। ପୋଲିସ ବିଭାଗରେ କର୍ମଚାରୀ ନାହାନ୍ତି କହି ପୋଲିସ ଦୋଷ ଠେଲୁଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱ ନେଇ ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ଖୁସି ହେବା ସହ ରାଜ୍ୟବାସୀଙ୍କୁ “ଆପଣମାନେ ଖୁସି ତ?” ପଚାରିବା ଲଜ୍ଜ୍ୟା ଓ ତାଚ୍ଛଲ୍ୟର ବିଷୟ। ଓଡ଼ିଶାରେ ଏସବୁ କାର୍ଯ୍ୟ ଖୁଲମ ଖୁଲା ହେଉଥିଲେ ବି ରାଜ୍ୟ ସରକାର, କମିଶନରେଟ ପୋଲିସ ଓ ଜିଆରପିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ରାଜଧାନୀରେ ହକି ବିଶ୍ୱକପ୍ ଚାଲିଥିବାରୁ ରାଜ୍ୟ ସରକାର ତ୍ରିସ୍ତରୀୟ ସୁରକ୍ଷାବଳୟ କରିଛନ୍ତି, କିନ୍ତୁ ମହିଳା ଦୁଷ୍କର୍ମ ଓ ହତ୍ୟା କିଭଳି ଘଟୁଛି ତାହା ପରିତାପର ବିଷୟ। ରାଜ୍ୟ ସରକାର ମିଥ୍ୟା ସର୍ଭେ କରି କହିଛନ୍ତି ଯେ, ରାଜ୍ୟରେ ମୋ ସରକାର ଉପରେ ୯୫% ଲୋକ ଖୁସି ଅଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା କହୁଥିବା ରାଜ୍ୟ ସରକାର ମହିଳାଙ୍କ ଦୁଷ୍କର୍ମ ଓ ମୃତ୍ୟୁ ଲାଗି ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ୨୩ବର୍ଷର ନବୀନ ସରକାର ସର୍ବାଗ୍ରେ ରହିଛନ୍ତି। ନବୀନ ବାବୁ ମହିଳାଙ୍କ ମୃତ୍ୟୁ କିମ୍ବା ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଆଜି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ୫ଜଣିଆ ପ୍ରତିନିଧି ମଣ୍ଡଳୀ ପଟିଆ ରେଲୱେ ଷ୍ଟେସନ ନିକଟରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଦ୍ୱୟଙ୍କ ପରିବାର ଲୋକଙ୍କ ସହ କଥାହେବା ସହିତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରତି ଯଦି ପଦକ୍ଷେପ ନନିଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ମହିଳାମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭାଷିନି ପୃଷ୍ଟି ଓ ରଶ୍ମୀମୟୀ ପଟ୍ଟନାୟକ, ମହିଳାମୋର୍ଚ୍ଚା ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣି, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜିଲ୍ଲା ଉପସଭାନେତ୍ରୀ ତୃପ୍ତିମୟୀ ମକଦ୍ଦମ ଓ ମାନସୀ ରଞ୍ଜନ ରାୟପାଢ଼ୀ, ଲିପା ଦାଶ, ଗୀତାଞ୍ଜଳି ଦାସ, ବିଜେପିର ସ୍ଥାନୀୟ ମଣ୍ଡଳ ସଭାପତି ଶ୍ରୀ ଜତିନ୍ କୁମାର ମହାନ୍ତି ଓ ସଞ୍ଜୁକ୍ତା ପଢ଼ିଆରି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.