Home ଓଡ଼ିଶା ଶିଳ୍ପକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

ଶିଳ୍ପକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

153

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ବଢିବାକୁ ଯାଉଛି । ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବ ଭାରତକୁ ଇସ୍ପାତ୍‍ ହବ୍‍ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଧୀରେଧୀରେ ବିକାଶ ନୁହେଁ ବରଂ ବିକାଶ ଓ ଜୀବନଶୈଳୀ ପ୍ରସଙ୍ଗରେ ବଡ ଲମ୍ଫ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି । ଏହି ପୃଷ୍ଠଭୂମିରେ ଇସ୍ପାତ ଉତ୍ପାଦନ ଦେଶରେ ବଢୁଥିବା ବଡ ଆବଶ୍ୟକତା ଆଧାରରେ ଆଗକୁ ଯିବ ବୋଲି ସେ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ୟୁଏସ୍‍ ଡଲାର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱର ସବୁ କମ୍ପାନୀ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଆଜିର ‘ଚିନ୍ତନ ଶିବିର’ କାର୍ଯ୍ୟକ୍ରମ ଏହି ବିଷୟ ଉପରେ ବିଚାର କରିବାର ଆବଶ୍ୟକତା ଅଛି ଯେ ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ। ଭାରତର ଇସ୍ପାତ୍‍ ଶିଳ୍ପକୁ ମୂଲ୍ୟ କମ୍‍ କରିବା, ନୂଆ ବ୍ୟବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ସୁନିଶ୍ଚିତ କରିବାକୁ ପଡିବ।

‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ଆରମ୍ଭ ହୋଇଥିବା ଅଭିଯାନ ପରିପ୍ରେକ୍ଷୀରେ ଦେଶରେ ଇସ୍ପାତର ସଠିକ୍‍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅଧିକ ମଜବୁତ୍‍ କରିବା ପାଇଁ ‘ଇସ୍ପାତି ଇରାଦା‛ ସହିତ କାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ଶିଳ୍ପ ସହ ଜଡିତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.