Home ଓଡ଼ିଶା ଲୋକସଭାରେ ହାଇକୋର୍ଟ ପ୍ରସଂଗ ଉଠାଇଲେ ସୁରେଶ ପୂଜାରୀ

ଲୋକସଭାରେ ହାଇକୋର୍ଟ ପ୍ରସଂଗ ଉଠାଇଲେ ସୁରେଶ ପୂଜାରୀ

158

ସମ୍ବଲପୁର, ୧୯/୭ – (ଓଡ଼ିଆ ପୁଅ) ପଶ୍ଚିମ ଓଡିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଲୋକସଭାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଦାବି କରିଛନ୍ତି। ଗୁରୁବାର ଦିନ ଶ୍ରୀ ପୁଜାରୀ ଲୋକସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତଥାପନ କରିଥିଲେ। ସେ ଦୃଷ୍ଟି ଆକର୍ଷଣ କରି କହିଲେ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଏକ ଜ୍ୱଳନ୍ତ ଏବଂ ନ୍ୟାୟ ସଙ୍ଗତ ଦାବି ଅଟେ। ଏହି ଦାବି ସହିତ ସେ ନିଜେ ଜଣେ ଆଇନଜୀବୀ ଏବଂ ଛାତ୍ର ଜୀବନରୁ ସମ୍ପୃକ୍ତ ରହିଆସିଛନ୍ତି। ହାଇକୋର୍ଟ ବେଞ୍ଚ ଦାବି ସହିତ ସମଗ୍ର ପଶ୍ଚିମ ଓଡ଼ିଶାର ସ୍ୱାର୍ଥ ଓ ପାଞ୍ଚୋଟି ଲୋକସଭା ଆସନ ଜଡ଼ିତ। ଏହି ପାଞ୍ଚୋଟି ଯାକ ଆସନ ଗତ ନିର୍ବାଚନରେ ବିଜେପି ସପକ୍ଷରେ ଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଖଣ୍ଡପୀଠ ପ୍ରତିଷ୍ଠା କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ବାବଦରେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ବାବଦରେ ସମ୍ପୁର୍ଣ୍ଣ ପ୍ରସ୍ତାବ ଯଥା, ହାଇକୋର୍ଟ ପାଇଁ ପ୍ରସ୍ତାବିତ ସ୍ଥାନ ଓ ଅନ୍ୟାନ୍ୟ ଆନୁଷାଂଗିକ ସୁବିଧା ବାବଦରେ ଉଲ୍ଲେଖ କରିବାକୁ ଉତ୍ତର ଦେଇଥିଲେ। ସେହିପରି ଏଥିରେ ହାଇକୋର୍ଟଙ୍କ ମଧ୍ୟ ଭୂମିକା ରହିଛି। ଏ ବାବଦରେ ହାଇକୋର୍ଟଙ୍କ କୌଣସି ମତାମତ ଦରକାର। ହାଇକୋର୍ଟ ବେଞ୍ଚ ପାଇଁ ଏହା ଏକ ଉପାଦାନ ଅଟେ। ଏଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଶ୍ରୀ ପୂଜାରୀ, କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଲୋକସଭାକୁ ନିର୍ବାଚିତ ହେବା ପରେ ଶ୍ରୀ ପୁଜାରୀ ପ୍ରଥମ ଶୂନ୍ୟକାଳରେ ଅଂଶ ଗ୍ରହଣ କରି ଏହି ପ୍ରସଙ୍ଗ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.