Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୫ଜଣ ରୋଗୀଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୫ଜଣ ରୋଗୀଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ; ଜଣେ ଗୁରୁତର

139

କୋରାପୁଟ ; ତା୨୦-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୫ ଜଣ ରୋଗୀଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ବାହାରିଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି ।ଗତକାଲି ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରୁୟ କାହ୍ନୁ ହରିଜନ ,ରାଜୁ ହରିଜନ ,ବିନୋଦ ହରିଜନ ,ଲିଙ୍ଗରାଜ ହରିଜନ , ସୁରଜ ହରିଜନ ଓ ସୁରୋଜ ହରିଜନ ୬ ଜଣ ଯୁବକ ଜ୍ୱରରେ ଗୁରୁତରଭାବେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଭେଷଜ ଅନ୍ତଃଓାର୍ଡରେ ଭର୍ତି ହୋଇଥିଲେ ।ଆଜି ସେମାନଙ୍କର ରକ୍ତ ପରୀକ୍ଷା କରାଯାଇଥିଲା ।ସେଥିମଧ୍ୟରୁ ୫ ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ବାହାରିଥିଲା ଓ ଜଣେ ଗୁରୁତର ଥିବା ଡାକ୍ତର ସ୍ୱପ୍ନ ସରିତ ସାହୁ ସୂଚନା ଦେଇଛନ୍ତି ।ଉମରକୋଟ ୧୨ ନମ୍ବର ଓାର୍ଡର ସୂଧିର ହରିଜନ , କାହ୍ନୁ ହରିଜନ ,ରାଜୁ ହରିଜନ ,ବିନୋଦ ହରିଜନ ,ଲିଙ୍ଗରାଜ ହରିଜନ , ସୁରଜ ହରିଜନ ଓ ସୁରୋଜ ହରିଜନ ବିଶାଖାପାଟଣାର ଇଣ୍ଡିଆ ବୁଲସରେ ଇଟା କାମ କରିବାକୁ ଦାଦନ ଖଟିବାକୁ ଯାଇଥିଲେ ।ସେମାନେ ଗୋଟିଏ ରୁମରେ ରହୁଥିଲେ ।ଗତ ରବିବାରଦିନ କାହ୍ନୁ ହରିଜନଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ।ଏହାପରେ ଅନ୍ୟମାନଙ୍କୁ ଜ୍ୱର ହେବାରୁ ଉମରକୋଟ ପଳେଇ ଆସିଥିଲେ ।ସୁଧିର ହରିଜନଙ୍କୁ ଜ୍ୱର ହେବାରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଓ ଚିକିସôାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.