Home କେନ୍ଦ୍ରାପଡ଼ା ଲିପସା ଦାସ କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ପ୍ରଥମ

ଲିପସା ଦାସ କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ପ୍ରଥମ

31

କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ବିଭାଗର କମ୍ପ୍ୟୁଟର ସାଇନ୍ସ ସମ୍ମାନର ଛାତ୍ରୀ ଲିପସା ଦାସ ମୋଟ ୨୬୦୦ମାର୍କରୁ ୨୨୨୦ମାର୍କ ଅର୍ଥାତ ୮୫.୩୮ ପ୍ରତିଶତ ମାର୍କରଖି ବିଭାଗରେ ପ୍ରଥମ ହୋଇଛନ୍ତି। ଲିପସା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ଗୁଲନଗର ପଞ୍ଚାୟତର ସ୍ମିତା ଦାସଙ୍କ ଏକମାତ୍ର କନ୍ୟା। ତାଙ୍କ ସଫଳତାରେ ସହପାଠୀମାନଙ୍କ ସହ ସେ ଅଞ୍ଚଳର ବହୁ ବିଶିଷ୍ଟବ୍ୟକ୍ତି ଲିପସାଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି। ଲିପସା ଭବିଷ୍ୟତରେ ଜଣେ ସଫ୍ଟୱେୟାର ଇଞ୍ଜିନିଅର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଲିପସାଙ୍କୁ ୩ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତା ଅରବିନ୍ଦ ଦାସ ଏକ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଲିପସାଙ୍କ ମା’ ଜଣେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.