Home କେନ୍ଦ୍ରାପଡ଼ା ହରଘର ତ୍ରୀରଙ୍ଗା ଓ ଡାକମେଳା ଅନୁଷ୍ଠିତ

ହରଘର ତ୍ରୀରଙ୍ଗା ଓ ଡାକମେଳା ଅନୁଷ୍ଠିତ

22

କେନ୍ଦ୍ରାପଡ଼ା, ୧୩ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଡାକ ମଣ୍ଡଳ ଅନ୍ତର୍ଗତ ଦକ୍ଷିଣ ଉପମଣ୍ଡଳ ଅଧିନରେ ଥିବା ନଡିଆବରେଇ ଶାଖା ଡାକଘର ସହଯୋଗରେ ଗୋଠେଶ୍ୱର ମହାଦେବଙ୍କ ପୀଠରେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଓ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଡାକ ଦକ୍ଷିଣ ଉପମଣ୍ଡଳ ନୀରିକ୍ଷକ ଆଦିତ୍ୟ କୁମାର ଜେନା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଡିଆବରେଇ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ଗ୍ରାମର ବରିଷ୍ଠ ନାଗରିକ, ସମାଜସେବୀ, କେନ୍ଦ୍ରାପଡା ଡାକ ମଣ୍ଡଳ ଉପ ଅଧିକ୍ଷକ, ଆଇ.ପି.ପି.ବି.ର ପରିଚାଳକ, ଭରତପୁର, ଚକ୍ରୋଡା, କନ୍ତିଆ, କୋରୁଆ, ବାବୁଜଙ୍ଗ, ତଳକୁସୁମା, ବଛରେଇ, ବନ୍ଧକଟା, ପେଣ୍ଠ, ଗୋପେଇ, ଆଇତିପୁର, ତଳକୁସୁମା, କୁଦାନଗରୀ, ଚାଞ୍ଚୋଳ ପ୍ରଭୃତି ଶାଖାର ଶାଖା ଡାକପାଳମାନେ ଯୋଗଦେଇଥିଲେ। ପ୍ରଥମେ ଶୋଭାଯାତ୍ରାରେ ବାହାରି ନଡିଆବରେଇ, ତିକନପୁର ପ୍ରଭୃତି ଗ୍ରାମକୁ ଗ୍ରାମ ବୁଲି ହରଘର ତ୍ରୀରଙ୍ଗା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରିଥିଲେ। ଏହାପରେ ଗୋଠେଶ୍ୱର ପୀଠରେ ଏକ ଡାକମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳାରେ ଡାକଘର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଡାକମଣ୍ଡଳ ଉପନୀରିକ୍ଷକ ଶ୍ରୀ ଜେନା ଓ ଆଇ.ପି.ପି.ବି. ପରିଚାଳକ ପ୍ରମୁଖ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.