Home ଜିଲ୍ଲା ପରିକ୍ରମା ରାସ୍ତା ପ୍ରଶସ୍ତି କରଣ ପାଇଁ ଜବର ଦଖଲ ଉଚ୍ଛେଦକଲା ତହସିଲ ପ୍ରଶାସନ

ରାସ୍ତା ପ୍ରଶସ୍ତି କରଣ ପାଇଁ ଜବର ଦଖଲ ଉଚ୍ଛେଦକଲା ତହସିଲ ପ୍ରଶାସନ

218

ଖଇରା, ୧୭/୭/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା) କୁପାରୀ-ଆଗରପଡା ରାସ୍ତା ପ୍ରଶସ୍ତିକରଣ ପାଇଁ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ବର୍ତ୍ତନା ଆରଆଇ ବର୍ତ୍ତନା ବଜାରରେ ଦୀର୍ଘଦିନଧରି ବେଆଇନ ଭାବରେ ଦଖଲ କରିଆସୁଥିବା ଦୋକାନ ଘର ଗୁଡିକୁ ଆଜି ତହସିଲ ପ୍ରଶାସନ ଭାଙ୍ଗି ଦେଇଛି। ଏହି ଦୋକାନୀମାନେ ବେଆଇନ ଭାବରେ ଘରକରି ଦୀର୍ଘ ଦିନ ହେବ ଦୋକନ କରି ଜୀବିକା ନିର୍ବାହ କରିଆସୁଥିଲେ। ରାସ୍ତାର ପ୍ରଶସ୍ତିକରଣ ପାଇଁ ଜାଗାର ଆବଶ୍ୟକତା ହେବାରୁ ରାସ୍ତା କଡର ବେଆଇନ ଜବର ଦଖଲ ଘର ଗୁଡିକୁ ଭାଙ୍ଗି ଦିଆଯାଇଛି। ଆଜି ଉଚ୍ଛେଦ ହେବାନେଇ ତହସିଲଦାର ପ୍ରଦୀପ କୁମାର ସାହୁ ଜବର ଦଖଲକାରିମାନଙ୍କୁ ପୂର୍ବରୁ ନୋଟିସ କରିଥିଲେ। ତହସିଦାରଙ୍କ ନୋଟିସ ପାଇଲାପରେ ଦୋକାନୀମାନେ ମଧ୍ୟ ନିଜେ ନିଜେ ସେମାନଙ୍କ ଦୋକାନ ଗୃହଗୁଡିକୁ ଖୋଲାଖୋଲି ଆରମ୍ଭ କରିଥିଲେ। ଆଜିର ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ତହରିଲଦାର ପ୍ରଦୀପ କୁମାର ସାହୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ବରିଷ୍ଠ ରାଜସ୍ୱ ସହାୟକ ବନୋଜ କୁମାର ସ୍ୱାଇଁ, କନିଷ୍ଠ ରାଜସ୍ୱ ସହାୟକ ହରିହର ଶିଅଳ, ବରିଷ୍ଠ ଅମିନ୍ ଦାମୋଦର ଶିଅଳ, ଅମିନ୍ ଅଶୋକ ରାଉଳ, ଭାରପ୍ରାପ୍ତ ବର୍ତ୍ତନା ଆରଆଇ ଚନ୍ଦନ ରାଉତ, ପୂର୍ବତନ ଭାରପ୍ରାପ୍ତବର୍ତ୍ତନା ଆରଆଇ ବସନ୍ତ ପାତ୍ର ପ୍ରମୁଖ ତହସିଦାରଙ୍କୁ ସହଯୋଗ କରିଥିଲେ। କଳ୍ପନା ବେହେରା, ଇତିଶ୍ରୀ ବେହେରା, ଚିତ୍ତରଂଜନ ନାୟକ, ଗୋବିନ୍ଦ ଚନ୍ଦ୍ର ବେହେରା, ବିଦ୍ୟାଧର ପାଣିଗ୍ରାହୀ, ସୁଦର୍ଶନ ଦାସ, ରାମଚନ୍ଦ୍ର ବେହେରା, ପତିତପାବନ କର, ନିରଂଜନ ବେହେରା, ଗୋପାଳ ସ୍ୱାଇଁ ଓ କୈଳାସ ରାଉତଙ୍କ ସମେତ ମୋଟ ୫୪ଟି ଘରକୁ ଭାଙ୍ଗି ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତହସିଲ ପ୍ରଶାସନ ତରଫରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏବାବଦରେ ତହସିଲଦାର ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ଉଚ୍ଛେଦ ସମୟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବାର ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.