Home ଜିଲ୍ଲା ପରିକ୍ରମା ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ରାଷ୍ଟ୍ର ପୁରୁଷ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

176

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍‌ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ରାଷ୍ଟ୍ରପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ଲୋକସଭା ପ୍ରାର୍ଥୀ ଅଭମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢୀ ଯୋଗ ଦେଇଥିଲେ । ସଭାରେ ସଭାପତିତ୍ୱ କରି ଶ୍ରୀଯୁକ୍ତ ପାଢୀ ସର୍ବ ପ୍ରଥମେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ସୁପ୍ରିମ କୋର୍ଟ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ଏବଂ ପରେ ପୁଣି ଅନୁମତି ଦେବାରୁ ରଥଯାତ୍ରା ସମ୍ପନ୍ନ ହୋଇପାରିବା ନେଇ ଖୁସି ବ୍ୟକ୍ତ କରିବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଗଜପତି ମହାରାଜ, ସୁପ୍ରିମ କୋର୍ଟ ଓକିଲ ତୁଷାର ମେହେଟ୍ଟାଙ୍କୁ ଜିଲ୍ଳା ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସଭାରେ ଉଦ୍‌ବୋଧନ ଦେଇ ଶ୍ରୀଯୁକ୍ତ ସେଠୀ ତାଙ୍କ ବକ୍ତବ୍ୟରେ ଦଳର ସମସ୍ତ କର୍ମୀ ସ୍ୱର୍ଗତ ମୁଖାର୍ଜୀଙ୍କ ନୀତି ଆଦର୍ଶରେ ଚାଲିବା ପାଇଁ ପରାମର୍ଶ ଦେବା ସହିତ ତାଙ୍କର ଜୀବନୀ ବର୍ଣ୍ଣନା କରିଥିଲେ । ଡାକ୍ତର ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତମାତାର ସୁପୁତ୍ର ତଥା ବିଜେପି ପାର୍ଟିର ପିତା ସଦୃଶ ବୋଲି ଅଭିହିତ କରିଥିଲେ । ଅନ୍ୟମାନେ ସ୍ୱର୍ଗତ ମୁଖାର୍ଜୀଙ୍କ ଜୀବନୀ ବର୍ଣ୍ଣନା କରିବା ସହ ସେ ଜଣେ ରାଷ୍ଟ୍ରନାୟକ ହୋଇ ଦେଶ ବିଭାଜନକୁ ବିରୋଧ କରି ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ ବୋଲି କହିଥିଲେ । ଏହି ସଭାରେ ବୁଦ୍ଧଦେବ ଜେନା, ତପନ ମହାନ୍ତି, ଭଗବାନ ପଣ୍ଡା, ଯୁବନେତା ବିକାଶ ଶ୍ରେଷ୍ଠା, ଦେବରକୁଣ୍ଡ ମଣ୍ଡଳ ସଭାପତି ପ୍ରଭାକର ସାମଲ, ସନ୍ତୋଷ ସାହୁ, ସରୋଜ ରାଉତ, ଦେବାଂଶୁ ରାଉତ, ଭାଗିରଥୀ ମହାଳିକ, ଶଶାଙ୍କ ଦାସ, ଗଣେଶ ପତି, ଆଶିଷ ସେଠ୍‌, ପ୍ରମୋଦ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.