Home ଜିଲ୍ଲା ପରିକ୍ରମା କରୋନା କବଳରେ ବନ୍ତ ଥାନା : କରୋନା ଯୋଦ୍ଧାମାନେ ଏବେ ନିଜକୁ ନିଜେ ସଙ୍ଗରୋଧରେ

କରୋନା କବଳରେ ବନ୍ତ ଥାନା : କରୋନା ଯୋଦ୍ଧାମାନେ ଏବେ ନିଜକୁ ନିଜେ ସଙ୍ଗରୋଧରେ

87

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାର୍ଚ୍ଚ ୨୦ ତାରିଖରୁ ଅଦ୍ୟାବଧି କରୋନା ମୁକାବିଲା କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସଂପାଦନ ପାଇଁ ନିଜ ପରିବାରକୁ ଭୁଲି ଦିନରାତି ଏକ କରିଥିବା ବନ୍ତ ଥାନାଧିକାରିଣୀ ମିନା ବିନ୍ଧାଣୀଙ୍କ ସମେତ ଆଉ ୫ ଜଣ ଥଣ୍ଡା ଛିଙ୍କ କାଶ ଓ ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣରେ ପୀଡିତ ହୋଇ ବର୍ତ୍ତମାନ ନିଜକୁ ନିଜେ ସଙ୍ଗରୋଧ ନିୟମକୁ ପାଳନ କରୁଥିଲେ ମଧ୍ୟ ଏ ସଂକ୍ରାନ୍ତରେ ନିୟୋଜିତ ସ୍ୱାସ୍ଥ୍ୟ ଟିମ୍ ଏପର୍ଯ୍ୟନ୍ତ ସେମାନଙ୍କୁ ଚେକ୍ ଅଫ୍ କରି ନଥିବାରୁ ସେମାନେ ମନସ୍ତାପ ଓ ସନ୍ଦେହ ମଧ୍ୟରେ ଅଛନ୍ତି । ସୂଚନାଯୋଗ୍ୟ ଯେ ଅଳ୍ପଦିନ ତଳେ ପଧାନପଡା ପଂଚାୟତର ଏକ ପ୍ରେମଜନିତ ମାମଲାରେ ଫସିଥିବା ପ୍ରେମିକ-ପ୍ରେମିକାଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରି ଆଣିବା ଘଟଣା ପରେ ସେମାନଙ୍କୁ ପଜିଟିଭ ବାହାରିଥିବା ଘଟଣା ପାଇଁ ହୁଏତ ବନ୍ତ ଥାଇ ପାରିଥିବାର କିଛି ବୁଦ୍ଧିଜୀବୀ ଓ ସାଧାରଣରେ ସନ୍ଦେହ କରାଉଛି । ଯାହାବି ହେଉ, ଅବିଶ୍ରାନ୍ତ କୋଭିଡ୍ ଯୁଦ୍ଧରେ କର୍ତ୍ତବ୍ୟ ନିଭାଇଥିବା ଏବଂ ଏହି ଏଟି ନ୍ୟୁଜ୍ ରେ ମଧ୍ୟ ବନ୍ତର ୫ ଜଣ ମହିଳା କରୋନା ଯୋଦ୍ଧା ଭାବେ ଆଇଆଇସି ମିନା ବିନ୍ଧାଣୀ, ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବିକା ବିଲନ, ଅତିରିକ୍ତ ତହସିଲଦାର ବିନୀତାରାଣୀ କିସ୍କୁ ଓ ଆଗରପଡା ଥାନାଧିକାରିଣୀ ସୁକାନ୍ତୀ କେରେଇ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ଥିବା ପ୍ରକାଶିତ ହୋଇଥିଲା । ସଂପ୍ରତି ବନ୍ତ ଥାନାରେ ୬ ଜଣ କରୋନା ଲକ୍ଷଣରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଥିବାବେଳେ ଅଦ୍ୟାବଧି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବାବେଳେ ଅଦ୍ୟାବଧି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିବା ପରିତାପର ବିଷୟ । ସେମାନଙ୍କର ଲକ୍ଷଣ ପରୀକ୍ଷା କରାଯିବା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ଏବଂ ସେମାନେ କରୋନା ମୁକ୍ତ ରହିଥାନ୍ତୁ ବୋଲି ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.