Home ଓଡ଼ିଶା ରାତିର ଭୋଜି ଖାଦ୍ୟ ଖାଇ ୩୫ ଅସୁସ୍ଥ

ରାତିର ଭୋଜି ଖାଦ୍ୟ ଖାଇ ୩୫ ଅସୁସ୍ଥ

435

କୋରାପୁଟ; ତା୨୫-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ଗ୍ରାମରେ ଏକ ବାହାଘର ଭୋଜିର ବାସି ଜିନିଷ ଖାଇ ଗ୍ରାମର ୩୫ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିବାବେଲେ ୮ଜଣ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି। ଡୁମ୍ବାଗୁଡା ଗ୍ରାମର ଦୈତାରୀ ନାୟକଙ୍କର ରବିବାର ବାହାଘର ଭୋଜି ଥିଲା। ଭୋଜିରେ ବଳି ଯାଇଥିବା ଭାତ, ତରକାରୀ, ଡାଲି ଓ ଅନ୍ୟାନ୍ୟ ଜିନିଷକୁ ଦୈତାରୀ ନଫୋପାଡି କେତେକ ଗ୍ରାମବାସୀଙ୍କୁ ସୋମବାର ସକାଳେ ଡାକି ଖାଇବାକୁ କହିଥିଲେ। ଉକ୍ତ ଖାଦ୍ୟ ଖାଇବା ପରେ ଲୋକେ ଅସୁସ୍ଥ ହୋଇ ପଡିଥିବାବେଳେ ଅନେକଙ୍କର ବାନ୍ତି ହୋଇଥିଲା। ଖବର ପାଇ ଦଶମନ୍ତପୁରରୁ ଏକ ଡାକ୍ତରୀ ଦଳ ଡୁମ୍ବାଗୁଡାରେ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ଥିବା ଭାଗ୍ୟବତୀ ଲୋପ, ଗୋମତି ନାୟକ, ନନ୍ଦନା ନାୟକ, ହରି ନାୟକ, ଗୋବର୍ଦ୍ଧନ ନାୟକଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.