Home ଓଡ଼ିଶା ଜାତୀୟ ଜଳ ପୁରସ୍କାର କୋରାପୁଟକୁ ମିଳିଲା

ଜାତୀୟ ଜଳ ପୁରସ୍କାର କୋରାପୁଟକୁ ମିଳିଲା

282

କୋରାପୁଟ;ତା୨୫-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଭୂତଳ ଜଳସ୍ତର ବୃଦ୍ଧି ଏବଂ ନୂତନ ଜଳ ଉତ୍ସ ସୃଷ୍ଟି କ୍ଷେତ୍ରରେ ଉତମ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ କୋରାପୁଟ ଜିଲା ୨ଟି ପରୁସ୍କାର ପାଇଛି। ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ କେନ୍ଦ୍ର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିତୀନ୍ ଗଡକରୀଙ୍କ ଠାରୁ ପରୁସ୍କାର ଗ୍ରହଣ କରିଛନ୍ତି। ଜଳ ବିଭାଜିକା ବିଭାଗର ସର୍ଭେରୁ ଜଣା ପଡିଛି, ଜିଲାରେ ଭୂମିତଳେ ଓ ଭୂମି ଉପରେ ଗଚ୍ଛିତ ଥିବା ଜଳର ପରିମାଣ ଉତ୍ସାହ ଜନକ ଥିବାବେଳେ ୨୦୨୫ ବେଳକୁ ଚାଷ ଓ ଶିଳ୍ପ କ୍ଷେତ୍ର ପାଇଁ ଅଧିକ ୨.୦୫୨୪ ବିଲିଅନ୍ କ୍ୟୁବିକ୍ ମିଟର (ବିସିଏମ୍)ଆବଶ୍ୟକ ପଡିବ। ଜିଲାରେ ବର୍ତମାନ୍ ଭୂତଳ ଜଳର ପରିମାଣ ୦.୦୬୭୭ ବିସିଏମ୍ ଥିବାବେଳେ ଭୂମି ଉପର ଭାଗରେ ୨.୦୯୧୦ ବିସିଏମ୍ ରହିଛି। ଯାହାକି ଭୂତଳ ଜଳ ସମ୍ପଦ ଠାରୁ ୩୦ ଗୁଣ ଅଧିକ। ତେଣୁ ଜଳ ବିଭାଜିକା ବିଭାଗ ଦ୍ୱାରା ପଥର କୂପ ଓ ଚେକ୍ ଡ୍ୟାମ୍ ବିଭିନ୍ନ ସ୍ଥାନରେ ନିର୍ମାଣ କରି ତାର ସଦୁପଯୋଗ କରାଯାଇପାରିଛି ବୋଲି ଶ୍ରୀ କାଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.