Home ଅପରାଧ ରାଜା ଘରେ ଚଢାଉ

ରାଜା ଘରେ ଚଢାଉ

186

ବାଲେଶ୍ବର,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ଡ୍ରଗ୍‌ ମାଫିଆ ଏସ. କେ. ରାଜାର ବାଲେଶ୍ୱର ଘରେ ଚଢାଉ । କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ୫ ଜଣିଆ ଟିମ୍ ରାଜା ଘରେ ଚଢାଉ କରିଛି । ଡ୍ରଗ୍‌ସ କାରବାରର କିଙ୍ଗପିନ୍ ଏସ. କେ. ରାଜା ଗିରଫ ହେବା ପରେ ଖୋଲୁଛି ତାର ନେଟଓ୍ଵାର୍କ । ରାଜା ଲିଙ୍କରେ ଜଣେ ସହଯୋଗୀ ମୀନା ଓରଫ ହସିନାକୁ ଗିରଫ କରାଯାଇଛି ।

ଅନ୍ତଃରାଷ୍ଟ୍ରୀୟ ବ୍ରାଉନ୍ ସୁଗାର ବେପାରୀ ରାଜାର ବ୍ୟବସାୟ ଓଡ଼ିଶା ସମେତ ୫ଟି ରାଜ୍ୟରେ ଥିବାବେଳେ ଦେଶ ବାହାରେ ନେପାଳ ଓ ବାଂଲାଦେଶରେ ମଧ୍ୟ ରହିଛି । ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର, ଖୋର୍ଦ୍ଧା ଓ ଛତିଆ ଅଞ୍ଚଳକୁ ପଠାଇଥାଏ । ରାଜ୍ୟରେ ଚାଲିଥିବା ଧଳା ଜହର କାରବାରର କିଙ୍ଗପିନ ହେଉଛି ଏସ. କେ. ରାଜା । ଗତ ସୋମବାର ରାଜାକୁ ଗିରଫ କରିଥିଲା ଏସଟିଏଫ । ତା’ ନିକଟରୁ ୧୩୦ ଗ୍ରାମର ବ୍ରାଉନ୍‌ସୁଗର ଓ ବନ୍ଧୁକ ଜବତ ହୋଇଥିଲା । ଏବେ ରିମାଣ୍ଡରେ ଆଣି ତାକୁ ପଚରାଉଚରା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.