Home ଜିଲ୍ଲା ପରିକ୍ରମା ରାଉରକେଲାରେ ସିଟୁର ସ୍ଥାପନା ଦିବସ

ରାଉରକେଲାରେ ସିଟୁର ସ୍ଥାପନା ଦିବସ

257

ରାଉରକେଲା, ୪-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସର୍ବଭାରତୀୟ ଶ୍ରମିକ ସଂଗଠନ ସିଟୁ(ସିଆଇଟିୟୁ)ର ପ୍ରତିଷ୍ଠା ଦିବସ ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ ପାଳିତ ହୋଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ସମ୍ପାଦବ ଶ୍ରମିକ ନେତା ବନମାଳୀ ଧୂପାଳ ପତାକା ଉତ୍ତୋଳନ କରି ଲାଲ ସଲାମ ଦେଇଥିଲେ।ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣାନୀତି ଓ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରାଯାଇଥିଲା। ରାଉରକେଲା ଇସ୍ପାତ କାରଖାନାରେ ଶ୍ରମିକଙ୍କ ସାମୁହିକ ସ୍ୱାର୍ଥ ଓ ସମସ୍ତ ସୁବିଧା ପାଇଁ ସଂଗଠନ ଅପ୍ରାଣ ଚେଷ୍ଟାଚତ ବୋଲି କୁହାଯାଇଥିଲା। ଏଥିରେ ସମ୍ପାଦକ ବସନ୍ତ ନାୟକ, ଜହାଙ୍ଗୀର ଅଲ୍ଲୀ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପରେ ଜାତୀୟ ଓ ଅନ୍ତର୍ଜାତୀୟ କମ୍ୟୁନିଷ୍ଟ ମହାପୁରୁଷଙ୍କୁ ମାଲ୍ୟାର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.