Home ଜିଲ୍ଲା ପରିକ୍ରମା ରାଉରକେଲାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ

ରାଉରକେଲାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ

117

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସ୍ଥିତ ରାଉରକେଲା ପୂଜ୍ୟପୂଜା ପରିଷଦ ପକ୍ଷରୁ ବାଲିଯୋଡି ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ପରିସରରେ “ବିଶ୍ୱ ବରିଷ୍ଠ ନାଗରିକ ଦିବସ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଏସ୍ .ପି ସୁରେଶ ଚନ୍ଦ୍ର ପାଠୀ, ପୂର୍ବତନ ଉପଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ଗାୟତ୍ରୀ ଉପାସକ ଡ଼ା ରାହାସ ବିହାରୀ ମହାପାତ୍ର, ରାଉରକେଲା ମହାନଗର ନିଗମ ବିକାଶ ପରିଷଦର ସଭାପତି ଡ଼ା ଫକୀର ଚରଣ ହୋତା, ପୂର୍ବତନ ସୈନିକ ସଂଘର ସଭାପତି ଡ଼ା ଅକ୍ଷୟ କୁମାର ସାମଲ, ବିଶିଷ୍ଠ ସାହିତ୍ୟିକା କବିୟତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡ଼ା ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ପତଞଳୀ ଯୋଗ ସମିତିର ଜିଲ୍ଲା ସଭାପତି ଅକୃର ମାର୍ଥା, ଯଥାକ୍ରମେ ଉଦଘାଟକ, ମୁଖ୍ୟଅତିଥି, ମୁଖ୍ୟବକ୍ତ.ସମ୍ମାନୀୟ ଅତିଥି, ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ପାରିପାରିକ ସର୍ବପରି ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ପୁଲିସ ବିଭାଗ ତରଫରୁ ପ୍ରତ୍ୟେକ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ପରିଚୟ ପତ୍ର ଯୋଗଇ ଦେବାପାଇଁ ଏହି ସଭାରେ ମତପ୍ରକାଶ ପାଇଥିଲା। ସେମାନଙ୍କ ନିମନ୍ତେ ଦକ୍ଷିଣ ରାଉରକେଲା ଅଂଚଳରେ ଏକ ବୈଠକ ଗୃହ, , ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗ, ବ୍ୟାୟାମ ଆଦି ବିଭିନ୍ନ ଉପକରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା।। ବରିଷ୍ଠ ନାଗରିକମାନଙ୍କର ଉନ୍ନତି କଳ୍ପେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭନ୍ନ ଯୋଜନା ଓ ଆଇନଗତ ଅଧିକାର ସମ୍ପର୍କରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବାଲିଯୋଡି ଗ୍ରାମ୍ୟର ସର୍ବବରିଷ୍ଠ ନାଗରିକ ଓ ସାମାଜିକ କର୍ମୀ, ପ୍ରଭାକର ମଲ୍ଲିକଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜ ସେବୀକା ସଚଳା ପଣ୍ଡା ମାନପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ସାହୁ, ମିହିର କୁମାର ସାହୁ, ବାସୁଦେବ ସାମଲ, ପ୍ରଫୁଲ୍ଲ କୁମାର ସାହୁ, ବାସୁଦେବ ସାହୁ, ଯଦୁମଣି ମହାପାତ୍ର, ଅନ୍ତର୍ଯ୍ୟାମୀ ବେହୁରୀଆ, ଶ୍ରୀଧର ସେଠୀ, ଧନେଶ୍ୱର ସାହୁ, ତ୍ରିଲୋଚନ ବିଶ୍ୱାଳ ଜନାର୍ଦ୍ଦନ କର, ବିଦ୍ୟାଧର ମଲ୍ଲିକ, କେଶବଚନ୍ଦ୍ର ସାହୁ, ନିତ୍ୟାନନ୍ଦ ପାଣିଗ୍ରାହୀ, ସୁବାଷଚନ୍ଦ୍ର ବିଶ୍ୱାଳ ବାସୁଦେବ ଜେନା, ବିଶ୍ୱନାଥ ନାୟକ, ଚାନ୍ଦମଣି ମାଝୀ, ରାଜକିଶୋର ନାୟକ, ଜ୍ୟୋସ୍ନାରାଣୀ ପଣ୍ଡା, ଅକୃର ମଲ୍ଲିକ, ଶଶଧର ସାହୁ, ନରେନ୍ଦ୍ର ନାୟକ, ରଘୁନାଥ ମିଶ୍ର, ହୃଷିକେଶ ସାହୁ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳଳର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇ ଥିଲେ। ପ୍ରାରମ୍ଭରେ କଳିକା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ “ବନ୍ଦେ ଉତ୍କଳ ଜନନୀ “ ସ୍ୱାଗତ ସଙ୍ଗୀତଗାନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀନାଥ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବାା ବେଳେ କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ସନାତନ ସାହୁ ମଂଚ ପରିଚାଳନା କରିଥିବା ବେଳେ ଶେଷରେ ଚିର୍ତରଞନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.