Home ଅପରାଧ ଯୁବକର ଗୋଡକୁ ବାନ୍ଧି ଜୀଅନ୍ତା ଜାଳିଦେଲେ ଦୁର୍ବୃତ !

ଯୁବକର ଗୋଡକୁ ବାନ୍ଧି ଜୀଅନ୍ତା ଜାଳିଦେଲେ ଦୁର୍ବୃତ !

192

ଭୁବନେଶ୍ୱର/ଜଗତସିଂହପୁର୬ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସରିସୃପଙ୍କ ଠାରୁ ଦନକୁ ଦିନ ଭୟଙ୍କର ହେଇଛି ମନୁଷ୍ୟ ନୃଶଂସତାର ଚରମ ସୀମା ଅତିକ୍ରମ କରିବାରେ ଲାଗିଛି ଅନ୍ୟର ସୁଖ ଦୁଃଖରେ ସାଥୀ ହୋଇ ଚଳିବାର କର୍ତ୍ତବ୍ୟ ନେଇ ଜନ୍ମ ହୋଇଥିବା ମନୁଷ୍ୟ। ଏଭଳି ଏକ ନୃଶଂସତା ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦାଆଗାଁ ସ୍କୁଲ ପରିସରରେ। ଦାଆଗାଁ ସ୍କୁଲ ଭିତରେ ଜଣେ ଯୁବକଙ୍କୁ ଦୁଇ ଗୋଡ଼ ବନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକର ସଠିକ ପରିଚୟ ମିଳିନଥିବା ବେଳେ ମୃତକ ଖୋର୍ଦ୍ଧା ଅଞ୍ଚଳର ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି। ମୃତକ ଜଣକୁ କିଏ କାହିଁକି ପୋଡିଲା ସେ ସଂପର୍କରେ କୈାଣସି ଖହର ହସ୍ତଗତ ହୋଇପାରି ନଥିବା ବେଳେ ଏନେଇ ଅନୁସନ୍ଧାନ ଜାରୀ ରହିଛି। କିଛି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାଘଟିବା ବେଳେ କିଛି ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଥିଲେ। ମାମଲାର ସବିଶେଷ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଆଜି ସକାଳେ ଯୁବକଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.