Home ଓଡ଼ିଶା ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ତାଲିକା

ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ତାଲିକା

426

ଭୁବନେଶ୍ଵର,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ତାଲିକା । ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମଲେଖା ଆରମ୍ଭ ହୋଇଛି । ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ୧୧ ତାରିଖ ଲେଖାଏଁ ଚାଲିବ ।

ଅଗଷ୍ଟ ୧୪ରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୮ ରୁ ପାଠ ପଢା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ୧ ଲକ୍ଷ ୫୫ ହଜାର ୭୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ମୋଟ ୨୨ ହଜାର ୨୦୭ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.