ad
ଓଡ଼ିଶା

ଯାତ୍ରୀବାହୀ ବସ ଓଲଟି ୧୨ ଆହତ

ସମ୍ବଲପୁର, ୨୭/୭ (ଓଡ଼ିଆ ପୁଅ) ଭୁବନେଶ୍ୱରରୁ – ବ୍ରଜରାଜନଗରକୁ ଆସୁଥିବା ଏକ ଘରୋଇ ବସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର ସମୟରେ ବସଟି ୫୪ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ଠାରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସାମ୍ନାପଟରୁ ଆସୁଥିବା ଏକ ଟ୍ରକ୍ ବାଟ ନ ଦେବାରୁ ବସଟି ରାସ୍ତା କଡ଼ର ଓଦାମାଟିକୁ ଚଢ଼ିଯାଇ ତଳକୁ ଓଲଟି ପଡ଼ିବାରୁ ଅନ୍ୟୁନ୍ୟ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଏମାନଙ୍କୁ ସଦର ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ତନ୍ମଧ୍ୟରୁ ଜଣକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ପ୍ରକାଶ। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଯାତ୍ରୀ ଅଛନ୍ତି। ଦୁର୍ଘଟଣାର ଖବର ପାଇ ଯୁଯୁମୁରା ଥାନା ପୋଲିସ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହସପିଟାଲକୁ ପଠାଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top