Home ଓଡ଼ିଶା ମୋବାଇଲ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ

ମୋବାଇଲ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ

102

ନୂଆପଡା,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଚୋରି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡରେ ଥିବା ଦିନେଶ ଯାଦବଙ୍କ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀର ପର୍ଦ୍ଦାଫାସ କରିଛି ପୁଲିସ । ଏହି ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନାନୁସାରେ, ଗତ ୩୦ ତାରିଖ ଦିନ ଦିନେଶ ଯାଦବଙ୍କ ମୋବାଇଲ ଦୋକାନରୁ ଚୋରି ହୋଇଥିଲା ।  ଗିରଫ ଅଭିଯୁକ୍ତମାନେ ହେଲେ କୋମନାର ଭୁବନେଶ୍ୱର ନାଗ ଓ ହେମନ୍ତ ଶଗରିଆ, ଖଡ଼ିଆଳର ଜଣେ ମୋବାଇଲ ଦୋକାନ ମାଲିକ ନବୀନ ଚୌଧରୀ ଏବଂ ରାହୁଲ କୁମାର । ଏହି ଘଟଣାରେ ସଂପୃକ୍ତ ଥିବା ମାଷ୍ଟର ମାଇଣ୍ଡ୍ ମନୋରଞ୍ଜନ ସରାଫକୁ ଖଡ଼ିଆଳ ପୋଲିସ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.