Home ଓଡ଼ିଶା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମୁଟୁରିଗଡ଼ ପ୍ରାଥମିକ ସ୍କୁଲ : ବିବଦସଙ୍କୁଳ ଶ୍ରେଣୀଗୃରେ ୨ ବର୍ଷ ଧରି...

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମୁଟୁରିଗଡ଼ ପ୍ରାଥମିକ ସ୍କୁଲ : ବିବଦସଙ୍କୁଳ ଶ୍ରେଣୀଗୃରେ ୨ ବର୍ଷ ଧରି ତାଲା, ସ୍କୁଲ ବାରଣ୍ଡାରେ ପଢ଼ୁଛନ୍ତି ପିଲା

95

ଭଦ୍ରକ, ୨୯.୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳରମାନଙ୍କରେ ଶିକ୍ଷାର ଅଗ୍ରଗତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ପିଲାମାନେ କିପରି ପାଠ ପ୍ରତି ଆଗ୍ରହ ପ୍ରକାଶ କରିବେ ସେନେଇ ସରକାର ମଧ୍ୟ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ବ୍ୟସ୍ଥା କରୁଛନ୍ତି। ପିଲାମାନେ ଓଜନିଆ ବସ୍ତାନି ନନେବା ପାଇଁ ମଧ୍ୟ କଟକଣା କରିଛନ୍ତି। ମାତ୍ର କେତେକ ସ୍ଥାନରେ ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ପାଠ ପଢ଼ିବାକୁ ଯାଉଛନ୍ତି। ଏପରି ଘଟଣା ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ଼ ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି। ୧୯୭୫ ମସିହାରେ ଗେଙ୍ଗୁଟି ନଦୀକୂଳରେ ସ୍କୁଲଟି ସ୍ଥାପନ କରଯାଇଥିଲା। ପରବର୍ତ୍ତୀ ସମୟରେ ୧୯୯୮ ମସିହାରେ ବ୍ଲାକବୋର୍ଡ଼ ଯୋଜନାରେ ୨ଟି ପକ୍କା ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ଏହି ୨ଟି ଶ୍ରେଣୀଗୃହ ୨ବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ତାଲା ପଡ଼ି ରହିଛି। ଯାହାଫଳରେ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସ୍କୁଲରେ ମୋଟ ୫ଟି ଶ୍ରେଣୀରେ ୩୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ପ୍ରଧାନଶିକ୍ଷକ ଭାବେ ଶ୍ୟାମସୁନ୍ଦର ମହାନ୍ତି ଓ ସହକାରୀ ଶିକ୍ଷକ ଭାବେ ନଳିନୀ ରଞ୍ଜନ ରାଉତ ଶିକ୍ଷାଦାନ କରୁଛନ୍ତି। ବର୍ଷା ସମୟରେ କିମ୍ବା ଅନ୍ୟକିଛି ପ୍ରାକୃତିକ ଦୁର୍ବିପାକ ସମୟରେ ପିଲାମାନେ ଗ୍ରାମବାସୀଙ୍କ ଘରେ ଓ ବାରଣ୍ଡାରେ ଯାଯାବର ପରି ପାଠ ପଢ଼ୁଛନ୍ତି। ସ୍କୁଲରେ ଏପରି ଦୂରବସ୍ଥା ସମ୍ପର୍କରେ ପ୍ରଶାସନ ଜାଣି ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହିଁ। ଗତ କିଛିଦିନ ତଳେ ବ୍ଲକ ଶିକ୍ଷାଧିକାରୀ ଉଦୟନାରାୟଣ ଦାଶ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସ୍କୁଲର ଏପରି ଅବସ୍ଥା ଦେଖି ବିଡିଓଙ୍କୁ ଜଣାଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଦା ଗୃହ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଗାମୀ ଭବିଷ୍ୟତରେ ଯଦି ପିଲାମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ସ୍କୁଲକୁ ଯାତାୟତ କରିବା ପାଇଁ ପକ୍କା ରାସ୍ତାଟିଏ ନାହିଁ। ପିଲାମାନେ ମାଟି ରାସ୍ତାରେ ସ୍କୁଲକୁ ପାଣିକାଦୁଅରେ ଯାଉଛନ୍ତି। ତେବେ ତୁରନ୍ତ ସ୍କୁଲ ଗୃହ ନିର୍ମାଣ କରାଯିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.