Home ଓଡ଼ିଶା ମୋଦିଙ୍କ କ୍ୟାବିନେଟରେ ଦ୍ୱିତୀୟ ପାଳିର ଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର...

ମୋଦିଙ୍କ କ୍ୟାବିନେଟରେ ଦ୍ୱିତୀୟ ପାଳିର ଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ

645

– ମହାପ୍ରଭୁ ଜଗନ୍ନାଥ ଭାରତ ତଥା ଓଡିଶାକୁ ବିଶ୍ୱର ଏକ ଅଗ୍ରଣୀ ଅଂଚଳ ଭାବେ ପରିଣତ କରିବା ପାଇଁ ବାଟ ଦେଖାଇବେ
– ମହାପ୍ରଭୁଙ୍କ ଆଶୀର୍ବାଦରେ ମୋଦିଙ୍କ ନେତୃତ୍ୱରେ ଦେଶରେ ସବ୍ କି ସାଥ୍ ସବ୍ କି ବିକାଶ ମନ୍ତ୍ରକୁ ନେଇ କାମ କରିବୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୩୧ (ଓଡ଼ିଆ ପୁଅ) – ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏବଂ ଦାୟିତ୍ୱ ଗ୍ରହଣ ପୂର୍ବରୁ ଶୁକ୍ରବାର ଦିଲ୍ଲୀ ସ୍ଥିତ ହଜ୍ଖାସ୍ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ନୂଆ କରି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପ୍ରତାପ ଷଡଙ୍ଗୀ, ଦଳର ଅନ୍ୟତମ ସାଂସଦ ଅପରାଜିତା ଷଡଙ୍ଗୀ ଓ ସପତ୍ନୀଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦିଲ୍ଲୀ ସ୍ଥିତ ଏହି ପୂରାତନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ଭାଗ୍ୟରେ ଥିଲେ ଜଗନ୍ନାଥଙ୍କ ଦର୍ଶନ ମିଳେ ବୋଲି ଓଡିଶା ଲୋକମାନଙ୍କ ମନରେ ବିଶ୍ୱାସ ଅଛି। ଜଣେ ଓଡିଆ ଭାବେ ବିଶ୍ୱର ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବାପାଇଁ ଏଠାକୁ ଆସିଥିବା ସେ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ଭାରତ ତଥା ଓଡିଶାକୁ ବିଶ୍ୱର ଏକ ଅଗ୍ରଣୀ ଅଂଚଳ ଭାବେ ପରିଣତ କରିବା ପାଇଁ ବାଟ ଦେଖାଇବେ। ମହାପ୍ରଭୁଙ୍କ ଆଶୀର୍ବାଦରେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରାଳୟ ଦେଶରେ ସବ୍ କି ସାଥ୍ ସବ୍ କି ବିକାଶ ମନ୍ତ୍ରକୁ ନେଇ କାମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.