Home ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍‌ପାଣ୍ଠିକୁ ମହିଳା ବିଜେଡିର ୩ଲକ୍ଷ ଟଙ୍କା ପ୍ରଦାନ

ମୁଖ୍ୟମନ୍ତ୍ରୀ ରିଲିଫ୍‌ପାଣ୍ଠିକୁ ମହିଳା ବିଜେଡିର ୩ଲକ୍ଷ ଟଙ୍କା ପ୍ରଦାନ

1113

ଭୁବନେଶ୍ୱର, ୧/୬ (ଓଡ଼ିଆ ପୁଅ) : ଭୟାବହ ବାତ୍ୟା ‘ଫନି’ରେ ଓଡ଼ିଶାର ୧୧ଟି ଜିଲ୍ଲା ଅନ୍ତର୍ଗତ ୧୪ ହଜାରରୁ ଅଧିକ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ରାଜ୍ୟର ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବ୍ୟାପକ ସରକାରୀ ସଂପତ୍ତିର କ୍ଷୟକ୍ଷତି ଘଟିଛି। ଏପରି ଏକ ଚାଲେଞ୍ଜର ମୁକାବିଲା ପାଇଁ ଓଡ଼ିଶାବାସୀ ଯେଉଁ ଦୃଢ଼ ମନୋବଳ ଓ ଆତ୍ମପ୍ରତ୍ୟୟ ପ୍ରଦର୍ଶନ କରିଛନ୍ତି, ତାହା ଅତୁଳନୀୟ। କ୍ଷୟକ୍ଷତିର ମୁକାବିଲା ସହ ରାଜ୍ୟର ପୁନର୍ଗଠନ ପାଇଁ ବହୁ ବ୍ୟକ୍ତି ଅକୁଣ୍ଠଚିତ୍ତରେ ସହଯୋଗର ହାତ ବଢ଼ାଇଛନ୍ତି। କ୍ଷତିକୁ ଭରଣା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ଆଜି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଡ. ମିନତି ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହଯୋଗର ହାତ ବଢ଼ାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସଚ୍ଚିବାଳୟରେ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ୍‌ପାଣ୍ଠିକୁ ୩ଲକ୍ଷ ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ଏହି ରିଲିଫ୍‌ପାଣ୍ଠିକୁ ଓଡ଼ିଶାର ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ସହଯୋଗ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଡ. ଲୋପାମୁଦ୍ରା ବକ୍ସିପାତ୍ର, ଡ. ଗୀତାଞ୍ଜଳି ବସ୍ତିଆ, ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ରାଜ୍ୟ ଉପ-ସଭାନେତ୍ରୀ ସରୋଜିନୀ ରାଜ୍‌, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.