Home ଓଡ଼ିଶା ଅଜଣା ରୋଗରେ ଆକ୍ରାନ୍ତ ଶଯ୍ୟାଶାୟୀ ଜୟନ୍ତ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି: ଚିକିତ୍ସାରେ ଅର୍ଥ...

ଅଜଣା ରୋଗରେ ଆକ୍ରାନ୍ତ ଶଯ୍ୟାଶାୟୀ ଜୟନ୍ତ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି: ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ

865

ଟିଟିଲାଗଡ଼ ୨-୬ (ଓଡ଼ିଆ ପୁଅ) ଟିଟିଲାଗଡ଼ରୁ ୨୬ କିମି ଦୂର ଅନ୍ତର୍ଲା ଗ୍ରାମ ନିଵାସୀ ପଦୁ ସରାଫ ନାମ୍ନୀ ଜଣେ ମହିଳାଙ୍କର ଏକ ମାତ୍ର ୧୩ ବର୍ଷ ର ଶିଶୁ ପୁତ୍ର ଗତ ପ୍ରାୟ ଏକ ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛ। ଜୟନ୍ତ ସରାଫ ନାମକ ଉକ୍ତ ୧୩ ବର୍ଷ ର ବାଳକ ର ପିତା ଙ୍କ ମୃତ୍ୟୁ ଗତ ୬ ବର୍ଷ ହେବ ଘଟିଥିବା ବେଳେ ତାଙ୍କ ମାଁ ପଦୁ ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଉକ୍ତ ଜୟନ୍ତ ଗତ ଏକ ବର୍ଷ ତଳେ ହଠାତ ଅସୁସ୍ଥ ହୋଇ ପଡ଼ି ଥିଲା। ଡାକ୍ତର ଖାନାରେ ଭର୍ତ୍ତି କରିବା ସତ୍ତ୍ୱେ ଆରୋଗ୍ୟ ଲାଭ କରି ନ ଥିଲା, ଏପରିକି ଶଯ୍ୟାଶାୟୀ ହୋଇ ଆଜି ସୁଦ୍ଧ। ଚାଲବୁଲ କରି ନ ପାରି ଖଟିଆରେ ପଡି ରହିଛି। ବିଭିନ୍ନ ସରକାରୀ ଓ ଘରୋଇ ଚିକିତ୍ସାଳୟକୁ ଧାଇଁ, ଧାଇଁ ଧାର, କରଜ ସହ ନିଜ ଘର ବନ୍ଧା ପକେଇ ପ୍ରାୟ ଏକ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଖର୍ଚ୍ଚ କରି ସାରିଥିବା ବେଳେ ରୋଗର କାରଣ କଣ ଜଣା ପଡିପାରି ନାହିଁ। ଡାକ୍ତର କଟକ ରୁ ଏମସ ଡାକ୍ତର ଖାନା ଦିଲ୍ଲୀ କୁ ନେଇ ଯିବାକୁ କହିଥିବା ବେଳେ କେହି ସାହା ଭରସା ନ ଥିବା ଓ ଟଙ୍କା ଅଭାବ ଯୋଗୁଁ ଯାଇ ନ ପାରି ନିଜ ଗାଁ କୁ ଆସି କିପରି ଚିକିତ୍ସା ମିଳିବ ସେ ଆଶାରେ ରହିଛନ୍ତି। ପୁଅକୁ ଛାଡି କାମ କରି ବା ମୂଲ ଲାଗି ଯାଇ ନ ପାରୁ ଥିବା ଯୋଗୁଁ ଭୋକ ଉପାସରେ ରହୁଥିବା ବେଳେ କୌଣସି ପ୍ରକାର ସାହାଯ୍ୟ ସରକାରୀ ସହାୟତା ମିଳିପାରୁ ନାହିଁ। ଏପରିକି ଗରିବ ବି ପି ଏଲ କାର୍ଡ କିମ୍ବା ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ଖଣ୍ଡେ ପାଇ ପାରି ନ ଥିବାରୁ ବିଭିନ୍ନ ସରକାରୀ ଅଧିକାରୀ ଚିକିତ୍ସା ନିମନ୍ତେ କୌଣସି ସହାୟତା ଯୋଗାଇ ଦିଆଯିବ ନାହିଁ ବୋଲି କହିଛନ୍ତି। ଏପରି ଅବସ୍ଥାରେ କିପରି ଉକ୍ତ ଜୟନ୍ତ ଚିକିତ୍ସା ପାଇ ନୂଆ ଜୀବନ ଫେରି ପାଇବ ସେ ନେଇ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଥିବା ନେଇ ଘୋଷଣା କରିଥିବା ସରକାର ଓ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସେବା ସଙ୍ଘ ତରଫରୁ ଦାବି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.