Home ଓଡ଼ିଶା “ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ” ଆମରଣ ଅନଶନର ଦଶମ ଦିନରେ ପିପିଲ୍ ଫର...

“ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ” ଆମରଣ ଅନଶନର ଦଶମ ଦିନରେ ପିପିଲ୍ ଫର ସେବାର ସଦସ୍ୟସଦସ୍ୟାମାନେ ରାଜସ୍ୱ ପାଇଁ ଭିକ ମାଗିଲେ

96

ଭୁବନେଶ୍ୱର, ୨୬ା୮ା (ଓଡ଼ିଆ ପୁଅ) : ମୁଁ ବି ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ, ଆମରଣ ଅନଶନର ଦଶମ ଦିନରେ ‘ପିପୁଲ୍ ଫର ସେବା’ର ସଦସ୍ୟସଦସ୍ୟାମାନଙ୍କ ଦ୍ୱାରା ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ମଦ ବନ୍ଦ ହୋଇଗଲେ ରାଜସ୍ୱ କେଉଁଠୁ ଆସିବ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଦସ୍ୟସଦସ୍ୟାମାନଙ୍କ ମତ ହେଲା ରାଜ୍ୟ ସରକାର ମଦକୁ ପ୍ରୋତ୍ସାହନ ଦେଇ ସୁନାର ସଂସାରକୁ ଭାଙ୍ଗି ରାଜ୍ୟର ବିକାଶ କରିବା ଅପେକ୍ଷା ରାଜରାସ୍ତାରେ ଭିକ୍ଷାବୃତ୍ତି କରି ତାଙ୍କର ରାଜସ୍ୱ ଭରଣା କରିବା ଶହେଗୁଣା ଭଲ। ଯଦି ସରକାର ମଦ ବନ୍ଦ କରିଦେଲେ ରାଜସ୍ୱହାନୀ ଘଟିବ, ତେବେ ଆମେମାନେ ଭିକମାଗି ତା’ର ଭରଣା କରିବୁ, କିନ୍ତୁ ସରକାରଙ୍କ ମଦ ବିକ୍ରିକୁ ବନ୍ଦ କରନ୍ତୁ। ସେମାନେ ଓଡ଼ିଶା ସରକାରଙ୍କର ରାଜସ୍ୱ ପାଇଁ ଭିକ ମୁଠେ ଦିଅ। ଭିକ ମାଗି ପଛେ ସରକାରଙ୍କୁ ଟଙ୍କା ଦେବୁ, ମଦ କିନ୍ତୁ ବନ୍ଦ ହେଉ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଭିକ ମାଗୁଥିବାର ଦୃଶ୍ୟ ସାଧାରଣରେ ଯେତିକି କୌତୁହଳ ସୃଷ୍ଟି କରୁଥିଲା, ସେତିକି ସହଯୋଗର ହାତ ମଧ୍ୟ ଆସୁଥିଲା। ଆଜି ଭିକ ମାଗିବାର ପ୍ରଥମ ଦିନରେ ୭୦୦ ଟଙ୍କା ସଂଗୃହୀତ ହୋଇଥିଲା। ଏଭଳି ଭାବରେ ପ୍ରତ୍ୟେକ ଦିନ ଯେତିକି ଟଙ୍କା ଆଦାୟ ହେବ ତାହା ରାଜସ୍ୱ ବିଭାଗକୁ ଦାନ କରାଯାଇ ମଦ ବନ୍ଦ କରିବାକୁ ଅନୁରୋଧ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଆଦିତ୍ୟ କୁମାର ଦାଶ ମତବ୍ୟକ୍ତ କରିଛନ୍ତି। ଆଜିର ଏହି ଆମରଣ ଅନଶନ ସ୍ଥଳକୁ ଆସି ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବସ୍ତି ଉନ୍ନୟନ ପରିଷଦ, ଚିଟ୍ ଫଣ୍ଡ ଜମାକାରୀ ମିଳିତମଞ୍ଚ, ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ ଆସୋସିଏସନ୍ ଫୋରମ୍ (ଓପାଫ), ଓଡ଼ିଶା ମିଳିତ ନିଶାନିବାରଣ ଅଭିଯାନ (ମୋନା), ଗାୟତ୍ରୀ ମହିଳା ସମିତି, ରାଜରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ହେଲ୍ ଫିଙ୍ଗ୍ ହାଣ୍ଡ, ମହାବାହୁ ଗ୍ରୁପ୍, ନ୍ୟାସ୍ ନାଲ୍ ଏଜୁକେସନ ଆଣ୍ଡ ୱେଲଫେୟାର ସୋସାଇଟି (ନ୍ୟୁଜ୍ ) ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ‘ପିପୁଲ୍ ଫର ସେବା’ର ସଭ୍ୟସଭ୍ୟାଙ୍କ ମନୋବଳ ବଢ଼ାଇବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍ ଦାର କରିବା ଦିଗରେ ସେମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.