Home ଓଡ଼ିଶା ମାସକ ମଧ୍ୟରେ ଅଚିହ୍ନାରୋଗରେ ୭ ମୃତ,୧୪ ଆକ୍ରାନ୍ତ, ଘଟଣାସ୍ଥଳରେ ସିଡିଏମଓ ପହଁଚି ପରିସ୍ଥିତି ଅନୁଧ୍ୟାନ କଲେ

ମାସକ ମଧ୍ୟରେ ଅଚିହ୍ନାରୋଗରେ ୭ ମୃତ,୧୪ ଆକ୍ରାନ୍ତ, ଘଟଣାସ୍ଥଳରେ ସିଡିଏମଓ ପହଁଚି ପରିସ୍ଥିତି ଅନୁଧ୍ୟାନ କଲେ

176

ମାଲକାନଗିରି,୪ା୪ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇ ମାନବ ସମାଜକୁ ଆତଙ୍କିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଚିହ୍ନାରୋଗରେ ୩୦ଦିନମଧ୍ୟରେ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମର ଲକ୍ଷ୍‌ମା ସୋଡି,ଏରା କୁରାମୀ,ଭିମା କବାସୀ, ସୁଲେ କବାସୀ,ରାମଚନ୍ଦ୍ର ମାଡକାମୀ,ଆଇତା ମାଡକାମୀ, ଆଡମା ମାଡକାମି ସାତଜଣ ଗତ ୩୦ଦିନ ମଧ୍ୟରେ ଅଚିହ୍ନାରୋଗରେ ଆକ୍ରାନ୍ତ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟିଛି । ବିଶେଷ କରି ଗୋଟିଏ ପରିବାରର ମା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ସେହି ପରିବାରର ମୁଖ୍ୟବାପା ଏବେ ସେହି ରୋଗରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।କେନ୍ଦୁଗୁଡା ଗ୍ରାମର ଭିମା କବାସୀଙ୍କ ମୃତ୍ୟୁ ହେବାର ତିନି ଦିନପରେ ତାଙ୍କର ମା ସୁଲେ କବାସୀଙ୍କର ମୃତ୍ୟୁ ଘଟିଛି, ଭିମାଙ୍କର ବାପା ଇର୍ମା କବାସୀ ଙ୍କ ସହିତ ସେହି ଗ୍ରାମର ୧୪ଜଣ ଏବେ ସେହି ଅଚିହ୍ନାରୋଗରେ ଆକ୍ରାନ୍ତ ହୋଇଥିବାର ଗ୍ରାମବାସୀ ମାନେ କହିଛନ୍ତି । ପ୍ରଥମେ ଲୋକଙ୍କ ଗୋଡ ଓ ପାଦ ଫୁଲିଯାଇ ଜ୍ୱର ହେଉଛି, ୩ରୁ ୪ଦନ ଜ୍ୱର ହେବାପରେ ଆକ୍ରାନ୍ତ ମାନଙ୍କର ମୃତ୍ୟୁଘଟୁଥିବାର ଗ୍ରାମବାସୀ ମାନେ କୁହନ୍ତି । ଏହି ଖବର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ ଜାଣିବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଜଣାଇଥିଲେ । ଗତ କାଲି ପାଣ୍ଡ୍ରୀପାଣି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ସେହି ଗ୍ରାମକୁ ଯାଇ ରୋଗିମାନଙ୍କୁ ଭେଟି ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ । ଆଜି ସକାଳେ ପୁଣି ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣକୁମାର ପାଢୀ ଓ ଡାକ୍ତରୀ ଦଳ କେନ୍ଦୁଗୁଡା ଗ୍ରାମରେ ପହଁଚି ଗ୍ରାମବାସୀ ମାନଙ୍କୁ ଭେଟି ମୃତମାନଙ୍କ ସଂପର୍କରେ ପଚାରି ବୁଝିବା ସହିତ ଆକ୍ରାନ୍ତଙ୍କୁ ଜିଲ୍ଲା ହସପିଟାଲ ରେ ଚିକିତ୍ସା ହେବାପାଇଁ ପରାମର୍ଶ ଦେଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏ ସଂପର୍କରେ ସିଡିଏମଓ ଡା.ଏ.କେ.ପାଢୀ ଙ୍କୁ ପଚାରିବାରୁ ସେ କହିଛନ୍ତି କେନ୍ଦୁଗୁଡା ଗ୍ରାମରେ ଗତଦୁଇମାସ ମଧ୍ୟରେ ପ୍ରାୟ ସାତଜଣଙ୍କର ମୃତ୍ୟୁଘଟିଛି, ସେମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଓ ବୃଦ୍ଧା ଅଛନ୍ତି । ଏହା କୌଣସି ଅଚିହ୍ନା କିମ୍ବା ମାରତ୍ମକ ରୋଗ ନୁହଁ ଏଥିରେ ଭୟଭିତ ହେବାର କିଛି ନାହିଁ,୧୪ଜଣ ଆକ୍ରାନ୍ତ ନାହାଁନ୍ତି ,ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଗତ ମାସକ ତଳେ ଗୋଡ ଓ ପାଦ ଫୁଲି ଯାଇ ଥିଲା । କିଡିନ କିମ୍ବା ହୃଦ ରୋଗ ହେଲେ ଏପରି ଲକ୍ଷଣ ଦେଖା ଦେଇଥାଏ, ସେହି ଗ୍ରାମରେ ଥିବା କିଛି ଆକ୍ରନ୍ତଙ୍କୁ ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରାଯିବ,ପରୀକ୍ଷା ପରେ ଜଣାପଡିବ କେଉଁ କାରଣ ଯୋଗୁ ସେମାନଙ୍କର ପାଦ ଓ ଗୋଡ ଫୁଲି ଯାଉଛି । ବର୍ତମାନ କେନ୍ଦୁଗୁଡା ଗ୍ରାମରେ ପରିସ୍ଥିତି ନିୟନ୍ତ୍ରାଣଧିନ ରହିଛି, ସେପରି କିଛି ଭୟାବହ ପରିସ୍ଥତି ସୃଷ୍ଟି ହୋଇ ନାହିଁ । ସେଠାରେ ସ୍ୱତନ୍ତ୍ରଭାବେ ଏକ ଡାକ୍ତର ଟିମ ରହି ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ସିଡିଏମଓ ଡା. ପାଢୀ ମତାମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.