Home ଓଡ଼ିଶା ମହଣ ମହଣ ସୁନାରେ ଝଲସିଲେ ମା’

ମହଣ ମହଣ ସୁନାରେ ଝଲସିଲେ ମା’

478

ପଶ୍ଚିମବଙ୍ଗ,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ସମସ୍ତେ ଜାଣିଛନ୍ତି ଯେ, ମା ଦୁର୍ଗାଙ୍କ ପ୍ରସିଦ୍ଧ ଦଶହରା ପାଇଁ କଲିକତା ପ୍ରସିଦ୍ଧ । ଏହାକୁ ଉପଭୋଗ କରିବା ପାଇଁ ସମସ୍ତେ ଏଠାକୁ ଧାଇଁ ଆସିଥାନ୍ତି । ଆଉ ମାଙ୍କ ରୂପ ଦେଖି ସମସ୍ତେ ବିମୋହିତ ମଧ୍ୟ ହୋଇଥାନ୍ତି । ଠିକ ସେହିଭଳି ଚଳିତ ଥର ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ୫୦ କେଜି ସୁନାରେ ମାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ତେବେ ଗୁରୁବାର ନବରାତ୍ରୀର ପଞ୍ଚମ ଦିନ ପାଳନ କରାଯାଉଥିବା ବେଳେ ଦଶହରା ପାଇଁ ଦେଶର ପ୍ରମୁଖ ପୂଜା ଆୟୋଜନସ୍ଥଳ ଚମକୁଛି । ଏହି କ୍ରମରେ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ କଳାକାର ଓ ପୂଜା କମିଟି ଗୁଡ଼ିକ ତରଫରୁ ଅଧିକ ତତ୍ପରତା ଦେଖାଯାଇଛି । କୋଲକାତାର କୋଲକାତାର ସଜଲ ଘୋଷ କମିଟି ପକ୍ଷରୁ ଏହି ଅବସରରେ ଶାରଦୀୟ ମା’ ଦୁର୍ଗାଙ୍କ ମୂର୍ତ୍ତି ୫୦ କିଲୋ ସୁନାରେ ତିଆରି କରିଛନ୍ତି । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.