Home ଆନ୍ତର୍ଜାତୀୟ ଭାରତ ଯାହା କରିଛି ଠିକ୍

ଭାରତ ଯାହା କରିଛି ଠିକ୍

1393

ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଜମ୍ମୁ କଶ୍ମୀରରେ ୩୭୦  ଧାରା ଉଚ୍ଛେଦକୁ ନେଇ ଆମେରିକା, ଚୀନ୍‌ ପରେ ଏବେ ଋଷ୍‌  ଭାରତକୁ ସମର୍ଥନ କରିଛି ।  ରୁଷ୍ ଏନେଇ କହିଛି ଯେ,  ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ଭାରତର ସମ୍ବିଧାନ ପରିସରରେ ରହିଛି ।  ତେଣୁ ଭାରତର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍  ।  ତେବେ ଭାରତ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.