Home ଓଡ଼ିଶା ଚିଲିକାରେ ଫସିଲା ମାଲେସିଆ ଜାହାଜ

ଚିଲିକାରେ ଫସିଲା ମାଲେସିଆ ଜାହାଜ

801

ଚିଲିକା,୧୦/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଚିଲିକାର ରାଜହଂସ ଦୀପ ନିକଟ ସମୁଦ୍ରରେ ଫସିଛି ମାଲେସିୟା ମାଲବାହୀ ଜାହାଜ ଓ ଟ୍ରଲର। ଦୁଇଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଖିରିସାହି ନିକଟରେ ଏହା ଦେଖିବାକୁ ମିଳିଥିଲା। ସେଥିରେ ୧୦ଜଣ ନାବିକ ଓ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ପଚରାଉଚରା କରିବାରୁ ମାଲୟେସିଆରୁ ବିଶାଖାପାଟଣା ଯିବା ବାଟରେ ଜାହାଜ ଖରାପ ହୋଇଥିବା ସେମାନେ କହିଛନ୍ତି।

ତେବେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନେ ଅଟକି ଥିବା କହିଛନ୍ତି। ଏହାକୁ ସଜାଡ଼ିବା ପାଇଁ ତାକୁ ସମୁଦ୍ରକୂଳରେ ଲଗାଇଥିଲେ। ଜାହାଜରେ ଜଣେ ଭାରତୀୟ ରହିଥିବା ବେଳେ ଅନ୍ୟ ୯ଜଣ ଯାକ ମାଲୟେସିୟ ନାଗରିକ ବୋଲି ଜଣାପଡ଼ିଛି। କୃଷ୍ଣପ୍ରସାଦ ପୋଲିସ ଘଟଣାର ତଦନ୍ତ ଚଳାଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.