Home ଜିଲ୍ଲା ପରିକ୍ରମା ଭଦ୍ରକ ଜାନୁଗଞ୍ଜ ଦୁର୍ଗାପୂଜା କମିଟି ତରଫରୁ ରକ୍ତଦାନ ଶିବିର

ଭଦ୍ରକ ଜାନୁଗଞ୍ଜ ଦୁର୍ଗାପୂଜା କମିଟି ତରଫରୁ ରକ୍ତଦାନ ଶିବିର

71

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜାନୁଗଞ୍ଜ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଦୁର୍ଗାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମର ସଂଯୋଜକ ଅତୁଲ କୁମାର ଦେଙ୍କ ତତ୍ୱବଧାନରେ ଆୟୋଜିତ ଶିବିରରେ ଅତିଥି ଭାବେ ଗ୍ରାମର ବରିଷ୍ଠ ବୁଦ୍ଧିଜୀବି ଜଗନ୍ନାଥ ପ୍ରସାଦ ଲେଙ୍କା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ରାକେଶ ପଣ୍ଡା, ଦେବବ୍ରତ ମହାନ୍ତି ପମୁଖ ଯୋଗଦେଇ ଆଧୁନିକ ବିଜ୍ଞାନ ସମସ୍ତ କିଛି ସୃଷ୍ଟି କରିପାରୁ ଥିବା ବେଳେ ରକ୍ତ ତିଆରି କରିପାରି ନାହିଁ । ତେଣୁ ବ୍ୟକ୍ତି ରକ୍ତ ଦେଲେ ଦେଶର ଚାହିଦା ପୂରଣ ହୋଇପାରିବ । ତେଣୁ ରକ୍ତ ଦେଇ ଜୀବନ ରକ୍ଷା କରିବାକୁ ନିବେଦନ କରିଥିଲେ । ଶିବିରକୁ ଭଦ୍ରକର ବରିଷ୍ଠ ଡ଼ାକ୍ତର ରବିନ୍ଦ୍ର କୁମାର ନାୟକ ଉଦ୍‌ଘାଟନ କରି ରକ୍ତଦାନ ମହାପୂଣ୍ଣ୍ୟ ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବସମାଜକୁ ଆହ୍ୱାନ ଦେଇଥିଲେ । ରକ୍ତଭଣ୍ଡାରର ଡ଼ାକ୍ତର ବିମଳା ମିଶ୍ର ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନସିଆନ ରବିନାରାୟଣ ଖୁଣ୍ଟିଆ ଅନ୍ୟ ସହଯୋଗୀଙ୍କ ସହ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁର୍ଗାପୂଜା କମିଟିର ସଭାପତି ଆଶୁତୋଷ ଦେ, ସମ୍ପାଦକ ପ୍ରବୀର ଦତ୍ତ, ମୁଖ୍ୟସହଯୋଗୀ ପ୍ରଦୀପ ଦାସ, ସଦସ୍ୟ ଦିବାକର ବାରିକ, ସତ୍ୟସୁନ୍ଦର ପାତ୍ର, ପପୁ ପୃଷ୍ଟି, ଜୟଦେବ ସାମଲ, ରାଜେଶ ନନ୍ଦୀ, ତପନ ଡ଼ାକୁଆ, ଶଶିକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.