Home ଜିଲ୍ଲା ପରିକ୍ରମା କଲେକ୍ଟୋରିଏଟ୍‌ରେ ଅଫିସର ମରୁଡି: ପ୍ରଶାସନିକ ସେବା ବାଧାପ୍ରାପ୍ତ

କଲେକ୍ଟୋରିଏଟ୍‌ରେ ଅଫିସର ମରୁଡି: ପ୍ରଶାସନିକ ସେବା ବାଧାପ୍ରାପ୍ତ

42

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (କଲେକ୍ଟୋରିଏଟ)ରେ ବହୁ ଅଫିସର ପଦ ଫାଙ୍କା ପଡିଛି । ଜଣେ ଜଣେ ଅଫିସର ଏକାଧିକ ଏପରିକି ୮ରୁ ୯ଟି ବିଭାଗର ଦାୟିତ୍ୱ ତୁଲାଇବାର ନଜିର ରହିଛି । ସରକାର ପ୍ରଶାସନକୁ ଲୋକାଭିମୂଖୀ କରୁଛନ୍ତି ବୋଲି କହୁଛନ୍ତି । ୫-ଟି ଭଳି କାର୍ଯ୍ୟକ୍ରମ ଲୋକଙ୍କ ସେବାରେ ଲାଗୁ କରିଛନ୍ତି । କିନ୍ତୁ ବିନା ଅଫିସରରେ ପ୍ରଶାସନିକ କାର୍ଯ୍ୟ କେମିତି ଚାଲୁଥିବ ସେ ବାବଦରେ ବେଶି ଚିନ୍ତା କରାଯାଉନାହିଁ । ଏହି କାରଣରୁ ସରକାରୀ କାର୍ଯ୍ୟାଳୟରୁ ଯେଉଁ ସେବା ସାଧାରଣ ଲୋକେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାଇବା ଓ ସ୍ଥଳବିଶେଷରେ ତ୍ୱରିତ ମିଳିବାରେ ଅସବୁିଧା ହେବା ସ୍ୱାଭାବିକ ହୋଇଛି । ମିଳିଥିବା ସୂଚନାନୁଯାୟୀ; କଲେକ୍ଟୋରିଏଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ବର୍ଷ ବର୍ଷ ଧରି ଅଫିସର ନାହାଂତି । ଜିଲା୍ଲ ପଂଚାୟତ ଅଧିକାରୀ ପଦ ୨ ବର୍ଷ ଧରି ଫାଙ୍କା ପଡିଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ପଦ ମଧ୍ୟ ୨ ବର୍ଷ ଧରି ଫାଙ୍କା ପଡିଥିବା ବେଳେ ୫ ବର୍ଷରୁ ଅଧିକ ସମୟ ହେବ ଜିଲ୍ଲା ଭୂ-ଅର୍ଜନ ଅଧିକାରୀ ପଦ ଫାଙ୍କା ପଡିଛି । ସେହିଭଳି ଡେପୁଟି ଇଲେକ୍ସନ ଅଫିସର ପଦ ମଧ୍ୟ ୨ ବର୍ଷ ହେବ ଖାଲିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ ମଧ୍ୟ ପାଖାପାଖି ବର୍ଷଟେ ହେବ ଖାଲି ପଡିଛି । ଏହିସବୁ ପଦରେ ଅଫିସର ନଥିବାରୁ ଡେପୁଟି କଲେକ୍ଟର, ଆସିଷ୍ଟାଂଟ କଲେକ୍ଟରଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ପଡୁଛି ।

ପ୍ରାପ୍ତ ସୂଚନାନୁଯାୟୀ; ସରକାର ଭଦ୍ରକ କଲେକ୍ଟୋରିଏଟ ଲାଗି ୫ଟି ଡେପୁଟି କଲେକ୍ଟର ଓ ୫ ଟି ଆସିଷ୍ଟାଂଟ କଲେକ୍ଟର ପଦ ମଂଜୁର କରିଛନ୍ତି । ଏବେ କଲେକ୍ଟୋରିଏଟରେ ୫ ଜଣ ଡେପୁଟିକଲେକ୍ଟର ନିଯୁକ୍ତି ପାଇଛନ୍ତି । ୫ରୁ ୩ ଜଣ ଆସିଷ୍ଟାଂଟ କଲେକ୍ଟର ଅବସ୍ଥାପିତ ଅଛନ୍ତି । ୩ ଜଣ ଆସିଷ୍ଟାଂଟ କଲେକ୍ଟରଙ୍କ ମଧ୍ୟରୁ ବିଶ୍ୱନାଥ ବିଶ୍ୱାଳଙ୍କୁ ବାସୁଦେବପୁର ଅତିରିକ୍ତ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି । ବସନ୍ତ ଲେଙ୍କାଙ୍କୁ ସାର୍ଟିଫିକେଟ ବିଭାଗ ଓ କଲେକ୍ଟର ଦୀପକ ରାଉତ ଙ୍କୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟର ଅଧିକାରୀ ଦାୟିତ୍ୱ ସହ ସ୍ୱଳ୍ପ ସଂଚୟ ଅଧିକାରୀ ଚକବନ୍ଦୀ ଅଫିସର ଦାୟିତ୍ୱ ବି ଦିଆଯାଇଛି । ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଂଟ କଲେକ୍ଟର କାର୍ତୀକ ନାଥ ମଣ୍ଡଳଙ୍କର ଅନ୍ୟତ୍ର ପଦଳି ହୋଇଛି । କିନ୍ତୁ ଶ୍ରୀ ମଣ୍ଡଳ ଏକ ସମୟରେ ଜିଲ୍ଲା ଭୂ-ଅର୍ଜନ , ଇଲେକସନ ଅଫିସର, କମ୍ପେସେସନ ,ଡେପୁଟି ଜନଗଣନା ଅଧିକାରୀ ,ବାଉଣ୍ଡରି ଚେକ ପଏଂଟ (ବି.ସି.ପି) , ଅନଲାଇନ ଗ୍ରିଭେନ୍ସ ମନିଟରିଂ ସେଲ , ଜାତୀୟ ରାଜପଥ ଜମି ଅଧିଗ୍ରହଣ ଅଧିକାରୀ ( ସିଏଲଏ) ,କୋଭିଡ ମେନଜମେଂଟ ସହ ଜିଲ୍ଲାପାଳ ଙ୍କ ର୍କୋଟ ମାମଲା ଭଳି ୯ଟି ବିଭାଗର ଦାୟିତ୍ୱ ତୁଲାଉଥିଲେ । ଏଣୁ ତାଙ୍କ ଅଧୀନରେ ଥିବା ୯ଟି ବିଭାଗର ଦାୟିତ୍ୱକୁ ଅନ୍ୟ ଅଧିକାରୀଙ୍କୁ ବଂଟନ କରାଯାଇଛି । ଡେପୁଟି କଲେକ୍ଟରମାନଙ୍କୁ ମଧ୍ୟ ଏକାଧିକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କୁ ଜିଲ୍ଲା ଜରୁରୀ ବିଭାଗ ( ଏମରଜନସି ), ମନିଟରିଂସେଲ, ଜନଗଣନା , ଜିଲ୍ଲାପଂଚାୟତ ଅଧିକାରୀ , କୋଭିଡ ମେନଜମେଂଟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର ର୍କୋଟ ମାମଲା ର ପରିଚାଳନା ଭଳି ୫ ଟି ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ମନୋରମା ଜାଲି ରାଜସ୍ୱ ବିଭାଗ, କ୍ଷତିପୂରଣ ଓ ବିସିପି ସେଲ ର ଦାୟିତ୍ୱ ତୁଲାଉଛନ୍ତି । ଡେପୁଟି କଲେକ୍ଟର ମନୋରମା ଭୂୟାଁ ଙ୍କୁ ଅତିରିକ୍ତ ଭାବେ ଡେପୁଟି ଇଲେକ୍ସନ ଅଫିସର ,ଜିଲ୍ଲା ଭୂ-ଅର୍ଜନ ଅଧିକାରୀ , ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଧାମରା ବନ୍ଦର ପ୍ରକଳ୍ପ , ନୋଡାଲ ଅଫିସର ଜାତୀୟ ରାଜପଥ ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ଅନୁପମା ଘୋଷ ପ୍ରତିଷ୍ଠାନ ବିଭାଗ ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱ ତୁଲାଇଛନ୍ତି । ଡେପୁଟି କଲେକ୍ଟର ରାମଚନ୍ଦ୍ର ଯେନା ଅଡିଟ ଓ ଜୁଡିସିଆଲ ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.