Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେପି ରାଜ୍ୟ ପ୍ରବକ୍ତାଙ୍କ ସାମ୍ବାଦିକ ସମ୍ମିଳନୀ

ଭଦ୍ରକରେ ବିଜେପି ରାଜ୍ୟ ପ୍ରବକ୍ତାଙ୍କ ସାମ୍ବାଦିକ ସମ୍ମିଳନୀ

14

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରର କୃଷି ଆଇନ କୃଷକଙ୍କ ହିତରେ ପାରିତ ହୋଇଛି। କିନ୍ତୁ ବିରୋଧୀ ଦଳ କୃଷକଙ୍କୁ ଭ୍ରମିତ କରୁଛି ବୋଲି ବିଜେପିର ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଆଜି ଭଦ୍ରକରେ ଏକ ସମ୍ମାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନୂଆ କୃଷି ଆଇନ କାର୍ଯ୍ୟକାରୀ ହେଲେ ଚାଷୀ ତାର ଉତ୍ପାଦିତ ସାମଗ୍ରୀର ଅଧିକ ମୂଲ୍ୟ ପାଇବ ଓ ଚାଷ କ୍ଷେତ୍ରରେ ବିପୁଳ ପୁଂଜି ନିବେଶର ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ସେହିଭଳି ରାଜ୍ୟର ପରୀ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ଅଟଳ ରହିଛି। ମନ୍ତ୍ରୀଙ୍କ ଇସ୍ତଫା ସହିତ ଏହାର ସିବିିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଥିଲେ। ରାଜ୍ୟରେ ବହୁସଂଖ୍ୟକ ନାବାଳିକା, ଶିଶୁ ନିଖୋଜ ରହିବା ପଛରେ ‘ଅଙ୍ଗ ତସ୍କରୀ’ ହିଁ କାରଣ ହୋଇଥାଇପାରେ ବୋଲି ବିଜେପି ପ୍ରବକ୍ତା କହିଥିଲେ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସମ୍ପର୍କରେ ଶ୍ରୀ ମହାପାତ୍ର କହିଥିଲେ ଯେ: ମେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପେବୃଆରୀ ମାସରୁ ଚିଠି ଲେଖି ଅନୁରୋଧ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ଦିଗରେ କିଛି ଚିନ୍ତା ହିଁ କରୁନାହାଂତି ବୋଲି ଶ୍ରୀ ମହପ।।ତ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ହେମନ୍ତ ପାଢୀ, ନିର୍ବାଚନମଣ୍ଡଳୀ ନେତା ଡାକ୍ତର ପ୍ରଦିପ ନାୟକ, ବଦ୍ରି ନାରାୟଣ ଧଳ, ଉଦୟ ନାରାୟଣ ମଲ୍ଲିକ, ସିମୁଳିଆର ନେତା କୈଳାସ ବାରିକ, ଯୁବନେତା ଶଶୀକାନ୍ତ ବିଶ୍ୱାଳ, କମଳା ସୂତାର, ଶ୍ରୀହର୍ଷ ସ୍ୱାଇଁ, ବିକାଶ ଶ୍ରେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.